ସମ୍ବଲପୁର: ସମ୍ବଲପୁରର ଦଲାଇପଡ଼ା ସ୍ଥିତ ମାଁ ବୁଢ଼ୀ ସମଲେଇ ମନ୍ଦିର ପରିସରରେ କୈବର୍ତ୍ତ ସମାଜର ଏକ ଶୋକସଭା ଆୟୋଜିତ ହୋଇଯାଇଛି। କୈବର୍ତ୍ତ ସମାଜର ଅନ୍ୟତମ ପ୍ରମୁଖ ବରିଷ୍ଠ ସଦସ୍ୟ ଦୟାନିଧି ବେରିହାଙ୍କ ଗତ ୩ ତାରିଖରେ ସ୍ୱର୍ଗବାସ ହୋଇଯାଇଛି। ଏଣୁ ତାଙ୍କ ବିୟୋଗରେ ଆୟୋଜିତ ଶୋକସଭାରେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା। ସ୍ୱର୍ଗତ ବେରିହା ବିଏସଏନଲ ରୁ ଅବସର ଗ୍ରହଣ କରିବା ପରେ ସେ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ। ସ୍ୱର୍ଗତ ବେରିହା କୈବର୍ତ୍ତ ସମାଜର କାର୍ଯ୍ୟକାରୀ କମିଟିର ସଦସ୍ୟ ଥିଲେ। କୈବର୍ତ୍ତ ସମାଜ ପକ୍ଷରୁ ଆୟୋଜିତ ଏହି ଶୋକସଭାରେ ସଭାପତି ସୁରେନ୍ଦ୍ର କୁମାର ନାଏକ, ବିଶ୍ୱମ୍ବର ପାଣ୍ଡେ, ରମେଶ ବାରିକ, ଶିଶିର ପାଣ୍ଡେ, ସଞ୍ଜିବ ବାରିକ, ବିଶ୍ୱାମିତ୍ର ବେରିହା, ଶୁକଦେବ ବେରିହା ଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇ ସ୍ୱର୍ଗତ ବେରିହାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
Popular Categories



