www.samajalive.in
Saturday, December 6, 2025
19.1 C
Bhubaneswar

ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଦିନିକିଆ ସିରିଜ : ପନ୍ତ୍‍ ସାମିଲ ; ସାମି ଫେରିଲେ

ହାଇଦରାବାଦ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ର ପ୍ରଥମ ୨ଟି ମ୍ୟାଚ୍‍ ଲାଗି ୧୪ ଜଣିଆ ଭାରତୀୟ ଦଳ ଗୁରୁବାର ଘୋଷଣା କରାଯାଇଛି। ଦଳରେ ୱିକେଟ ରକ୍ଷକ ତଥା ବିସ୍ଫୋରକ ବ୍ୟାଟ୍‍ସମ୍ୟାନ୍‍ ଋଷଭ ପନ୍ତ୍‍ଙ୍କୁ ସାମିଲ କରାଯାଇଛି। ଇଂଲଣ୍ଡ ବିପକ୍ଷରେ ଅନ୍ତିମ ଟେଷ୍ଟରେ ଶତକ ମାରିବା ପରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାରରେ ଋଷଭ ଆକ୍ରମଣାତ୍ମକ ୯୨ ରନ୍‍ କରିଥିଲେ। ଏପରି ପ୍ରଦର୍ଶନ ପରେ ପନ୍ତ୍‍ଙ୍କୁ ଦିନିକିଆ ଜୀବନ ଆରମ୍ଭ କରିବାର ସୁଯୋଗ ଦିଆଯାଇଛି। ୨୧ ବର୍ଷ ବୟସ୍କ ପନ୍ତ୍‍ ୪ଟି ଲେଖାଏଁ ଟେଷ୍ଟ ଓ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଥିବା ବେଳେ ଦିନିକିଆ ମ୍ୟାଚ୍‍ ଆଦୌ ଖେଳିନାହାନ୍ତି।
ଋଷଭ ପନ୍ତ୍‍ଙ୍କୁ ଦିନିକିଆ ଦଳରେ ସାମିଲ କରା ଯାଇଥିବା ବେଳେ ଦିନେଶ କାର୍ତ୍ତିକ ବାଦ୍‍ ପଡ଼ିଛନ୍ତି। ଦିନିକିଆ ଦଳରେ ପନ୍ତ୍‍ ଜଣେ ବିଶେଷଜ୍ଞ ବ୍ୟାଟ୍‍ସମ୍ୟାନ୍‍ ଭାବେ ସ୍ଥାନ ପାଇଛନ୍ତି। ଭେଟେରାନ୍‍ ମହେନ୍ଦ୍ର ସିଂହ ଧୋନି ହିଁ ୱିକେଟ ରକ୍ଷଣ କରିବେ। ଗତ ଏସିଆ କପରେ  ଆହତ ହୋଇଥିବା ଦୁଇ ଯୁବ ଅଲ୍‍ରାଉଣ୍ଡର କେଦାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇନ ଥିବାରୁ ଉଭୟଙ୍କୁ ଦଳରେ ସ୍ଥାନ ଦିଆ ଯାଇନାହିଁ। ଚଳିତମାସ ୨୧ରେ ଗୁଆହାଟୀ ଓ ୨୪ରେ ବିଶାଖାପାଟଣାରେ ଏହି ୨ଟି ଦିନିକିଆ ମ୍ୟାଚ୍‍ ଖେଳାଯିବ। ପରବର୍ତ୍ତୀ ୩ଟି ଦିନିକିଆ ମ୍ୟାଚ୍‍ ପାଇଁ ଭାରତୀୟ ଦଳ ପରେ ଘୋଷଣା କରାଯିବ। ପୁଣି ବହୁତଦିନ ପରେ ମହମ୍ମଦ ସାମି ଦିନିକିଆ ଦଳକୁ ଫେରିଛନ୍ତି। ଏସିଆ କପ୍‍ ଖେଳିଥିବା ଦୁଇ ପେସ୍‍ ବୋଲର ସିଦ୍ଧାର୍ଥ କୌଲ ଓ ଦୀପକ ଚହରଙ୍କୁ ବାଦ୍‍ ଦିଆ ଯାଇଥିବା ବେଳେ ରାଜସ୍ଥାନର ବାମହାତି ପେସ୍‍ ବୋଲର ଖଲିଲ ଅହମ୍ମଦ ସ୍ଥାନ ବଜାୟ ରଖିଛନ୍ତି। ଫିଟ୍‍ ହୋଇ ଯାଇଥିବାରୁ ପେସ୍‍ ବୋଲର ସାର୍ଦ୍ଦୁଳ ଠାକୁର ଦଳକୁ ଫେରିଛନ୍ତି। ଦଳରେ ରବୀନ୍ଦ୍ର ଜାଡ଼େଜା ରହିଥିବାରୁ ବାମହାତି ସ୍ପିନର ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ।
ଭାରତୀୟ ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବତି ରାୟୁଡୁ, ମନୀଷ ପାଣ୍ଡେ, ଋଷଭ ପନ୍ତ୍‍, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଖଲିଲ ଅହମ୍ମଦ, ସାର୍ଦ୍ଦୁଳ ଠାକୁର, କେ.ଏଲ୍‍. ରାହୁଲ ଓ ଯୁଜବେନ୍ଦ୍ର ଚହଲ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories