www.samajalive.in
Sunday, December 14, 2025
26.1 C
Bhubaneswar

ଭିଏସଏସୟୁଟିରେ ସ୍ଥାୟୀ ଜାତୀୟ ପତାକା ସ୍ଥାପନା ନିମନ୍ତେ ଦାବି

ସମ୍ବଲପୁର: ଓଡ଼ିଶାର ସର୍ବପୁରାତନ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ପତାକା ସ୍ଥାୟୀ ରୂପେ ସ୍ଥାପନା ପାଇଁ ଛାତ୍ର ମାନେ ଦାବି କରିଛନ୍ତି। ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏବେ ସାରା ଦେଶରେ ‘ସ୍ୱାଧିନତାର ଅମୃତ ମହୋତ୍ସବ’ ଜାରି ରହିଛି। ଏହି କ୍ରମରେ ଏବେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ଏଣୁ ‘ସ୍ୱାଧିନତାର ଅମୃତ ମହୋତ୍ସବ’ ଅବସରରେ ଓଡ଼ିଶାର ସର୍ବପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ ଭିଏସଏସୟୁଟିରେ ସ୍ଥାୟୀ ରୂପେ ଜାତୀୟ ପତାକା ଲଗାଇବା ପାଇଁ ସମ୍ବଲପୁର ଜିଲାପାଳଙ୍କ ନିକଟରେ ଛାତ୍ର ମାନେ ଦାବି କରିଛନ୍ତି। ଶନିବାର ଏ ସର୍ମ୍ପକରେ ଛାତ୍ର ମାନଙ୍କର ଏକ ପ୍ରତିନିଧି ମଣ୍ଡଳ ଜିଲାପାଳଙ୍କୁ ସାକ୍ଷାତକାର କରି ଆଗାମୀ ୧୫ ତାରିଖରେ ଏହି ଜାତୀୟ ପତାକା ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ସ୍ଥାପନା କରିବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି। ଜିଲା ପ୍ରଶାସନ ତରଫରୁ ଅନୁମତି ମିଳିଲେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସୁଉଚ୍ଚ ଖୁଣ୍ଟରେ ଏକ ବୃହତ ଜାତୀୟ ପତାକା ଲଗାଇବା ପାଇଁ ତୁରନ୍ତ କାର୍ଯ୍ୟାରମ୍ଭ ହେବ ବୋଲି ଛାତ୍ରମାନେ କହିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories