ହାତୀ ଆକ୍ରମଣରେ ମହିଳା ଗୁରୁତର

ଠାକୁରମୁଣ୍ଡ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଜାରି ରହିଛି ହାତୀ ଉପଦ୍ରବ ଗତ ୧୫ଦିନରୁ ଊର୍ଦ୍ଧ୍ବ ସମୟ ହେବ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ୧୦ରୁ ଅଧିକ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ଏହି ଝାରଖଣ୍ଡି ହାତୀପଲ ସେହିପରି ଆଜି ଭୋର ସମୟରେ ଶୁକୃଳି ବ୍ଲକର ଚତୁରାଞ୍ଜଳିର ମାଜୁରାସାହିରେ ହାତୀ ବ୍ୟାପକ କ୍ଷୟକ୍ଷତି କରିବା ସହିତ ଗ୍ରାମର କୁସୁନୁ ତିରିଆଙ୍କ ଘର ଭଙ୍ଗିଛନ୍ତି । ଧାନ ଚାଉଳ ମଧ୍ୟ ଖାଇ ନଷ୍ଟ କରିଥିବା ମଧ୍ୟ ସୂଚନା ମିଳିଛି । ହାତୀ ଘର ଭାଙ୍ଗିବାରୁ କୁସୁନୁଙ୍କ ପତ୍ନୀ ରଇବାରୀ ଉପରେ କାନ୍ଥ ପଡି ସେ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପରେ ତାଙ୍କର ଅଵସ୍ଥା ସଂକଟାପନ୍ନ ହେବାରୁ କରଂଜିଆ ଉପଖଣ୍ଡ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ସ୍ଥିର ରହିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

kalyan agarbati

Comments are closed.