www.samajalive.in
Sunday, December 14, 2025
16.1 C
Bhubaneswar

ସାମ୍ବାଦିକ ସାଜି ସ୍କୁଲର ଗୁମର ଖୋଲିଲେ ଛାତ୍ର; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ଦେଖି ବାଃ ବାଃ କରନ୍ତି ତ ଆଉ କିଛି ଭିଡିଓ ଆମକୁ ବହୁତ କିଛି ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଝାଡ଼ଖଣ୍ଡରୁ ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ପିଲା ସାମ୍ବାଦିକ ସାଜି ବିଦ୍ୟାଳୟର ଗୁମର ଖୋଲିଛି। ଯାହାକୁ ଦେଖି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଦ୍ୟାଳୟର ନାମ ଉନ୍ନିତ ପ୍ରାଥମିକ ବିଦ୍ୟାଳୟ, ଭିଖିୟା ଚକ ଲେଖାହୋଇଛି। ସୂଚନା ମୁତାବକ, ଭିଡିଓରେ ନଜର ଆସିଥିବା ବାଳକର ନାମ ସରଫରାଜ। ଯିଏକି ନିଜ ଷ୍ଟାଇଲରେ ରିପୋର୍ଟିଂ କରୁଛନ୍ତି, ଏକ ବାଡ଼ିରେ ବୋତଲ ଲଗାଇ ସେ ମାଇକ ପ୍ରସ୍ତୁତ କରିଛନ୍ତି। ସରଫରାଜ ସ୍କୁଲରେ ପଶୁ ପଶୁ କହୁଛନ୍ତି, ‘‘ତେବେ କ’ଣ ହାଜିରା ପକାଇବାକୁ ଆସୁଛନ୍ତି?’’

- Advertisement -

ରିପୋର୍ଟର ସାଜିଥିବା ସରଫରାଜ ଜଣେ ପିଲାକୁ ପଚାରୁଛନ୍ତି ଯେ, ଆପଣ ସ୍କୁଲକୁ ପାଠ ପଢିବାକୁ କାହିଁକି ଆସୁନାହାନ୍ତି? ଏହାର ଉତ୍ତରରେ ପିଲାଟି କହୁଛି କି ଏଠାରେ ଶିକ୍ଷକ ଠିକ୍‌ ସମୟରେ ଆସନ୍ତି ନାହିଁ, ଏଠାରେ ଉପଯୁକ୍ତ ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଅନ୍ୟପକ୍ଷରେ ସରଫରାଜ ଜଣେ ପେଶାଦାର ସାମ୍ବାଦିକଙ୍କ ପରି କହୁଛନ୍ତି, ‘‘କ୍ୟାମେରାମ୍ୟାନ ଟିକିଏ ଏପଟେ ମଧ୍ୟ ଦେଖାଇବେ।’’ ସେ ଆଗକୁ ଯାଇ ବିଦ୍ୟାଳୟ ଶୌଚାଳୟର ଶୋଚନୀୟ ଅବସ୍ଥାକୁ ଦେଖାଇଛନ୍ତି। ଏଥିସହ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓ ଦେଖି କିଛି ଲୋକ କହିଛନ୍ତି ଯେ, ଏପରି ସଚେତନ ହେଲେ ସରକାରଙ୍କ ଆଖି ଖୋଲିବ ଏବଂ କିଛି ଲୋକ କହିଛନ୍ତି ଯେ, ମଜା ମଜାରେ ହିଁ ସରକାରଙ୍କ ଗୁମର ଖୋଲିଛି। ଶ୍ବାତୀ ମିଶ୍ର ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଭିଡିଓ ଶେୟାର କରି ଲେଖାଯାଇଥିଲା ଯେ, ସରଫରାଜଙ୍କ ରିପୋର୍ଟ ଦେଖନ୍ତୁ।

ରିପୋର୍ଟିଂ କରୁଥିବା ୧୦ ବର୍ଷୀୟ ସରଫରାଜ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସରଫରାଜଙ୍କ ମାଆ ଜଣେ ବିଧବା ଏବଂ ସେ ଚାରି ଭାଇଙ୍କ ମଧ୍ୟରୁ ଦ୍ୱିତୀୟ। ମିଡିଆ ରିପୋର୍ଟ ଅନୁଯାୟୀ, ସରଫରାଜ ଜଣେ ସାମ୍ବାଦିକ ହେବାକୁ ଚାହୁଁଛନ୍ତି। ବିଦ୍ୟାଳୟରେ ପାଠପଢା ହେଉ ନଥିବାରୁ ବିରକ୍ତ ହୋଇ ସରଫରାଜଙ୍କ କଥା କେହି ନଶୁଣିବାରୁ ସେ ନିଜେ ସାମ୍ବାଦିକ ହୋଇ ବିଦ୍ୟାଳୟର ସମସ୍ୟା ନେଇ ସ୍ୱର ଉତ୍ତୋଳନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories