www.samajalive.in
Saturday, December 6, 2025
23.1 C
Bhubaneswar

ବର୍ଷାଦିନେ ଖାଦ୍ୟ ପ୍ରସ୍ତୁତିର ୩ ଘଣ୍ଟା ମଧ୍ୟରେ କରନ୍ତୁ ଭୋଜନ

ବର୍ତ୍ତମାନ ବର୍ଷାଦିନ ଚାଲୁ ରହିଛି। ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଦ୍ୟ-ପେୟ ପ୍ରତିଟି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ। ଅଧ୍ୟୟନ ଅନୁଯାୟୀ ଯେକୌଣସି ଖାଦ୍ୟକୁ ପ୍ରସ୍ତୁତି ପରେ ଅଧିକ ସମୟ ଯାଏଁ ରଖିବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପଡିଥାଏ। ଜାଣନ୍ତୁ ବର୍ଷା ଦିନେ ଖାଦ୍ୟ ସହ ଜଡିତ କିଛି ଉପାୟ..
ବର୍ଷାଦିନେ ୩ ଘଣ୍ଟାରୁ ଅଧିକ ସମୟ ଯାଏଁ ରହିଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଏଭଳି କେତେକ ଜିନିଷ ରହିଛି ଯାହା ଏହି ଦିନରେ ଖରାପ ହେବା ସହ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ପେଟରେ ସଂକ୍ରମଣ ସହ ଅନେକ ରୋଗ ସୃଷ୍ଟି ହୋଇଥାଏ। ବର୍ଷାଦିନେ ଲୋକେ ସତେଜ ଓ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଖାଇବା ଉଚିତ। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସଫାସୁତୁରା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ। ଫଳ ଓ ପନିପରିବାକୁ ଭଲ ଭାବେ ଧୁଅନ୍ତୁ।
ଫଳ ଖାଇବା ସମୟରେ ଧ୍ୟାନ ଦିଅନ୍ତୁ। କଟା ଯାଇଥିବା ଫଳ କିଣନ୍ତୁ ନାହିଁ। କିମ୍ବା କଟା ଫଳକୁ ଅଧିକ ସମୟ ଯାଏଁ ରଖି ଖାଆନ୍ତୁ ନାହିଁ। ଫଳଜୁସ ବଜାରର ଅପେକ୍ଷା ଘରେ ପ୍ରସ୍ତୁତ କରି ପିଅନ୍ତୁ। ବର୍ଷା ଦିନେ ବିଶେଷ କରି ରାସ୍ତାକଡରେ ବିକ୍ରି ହେଉଥିବା ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଏହା ଭଲ ଭାବେ ହଜମ ହୋଇନଥାଏ। ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ।
ବର୍ଷାଦିନେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ। ତେଣୁ ଏହି ସମୟରେ ରୋଗପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି ପାଇଁ ନିଜ ଖାଦ୍ୟରେ ଅଦା,ରସୁଣ,ଲେମ୍ବୁ ଆଦି ସାମିଲ କରନ୍ତୁ। ଏହାସହ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ବାହାରର ଖାଦ୍ୟ ଖାଆନ୍ତୁ ନାହିଁ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories