www.samajalive.in
Saturday, December 6, 2025
23.1 C
Bhubaneswar

ଖାଦ୍ୟସୁରକ୍ଷା ନିଶାନିବାରଣ ଏବଂ ଅବକାରୀ ବିଭାଗ ପକ୍ଷରୁ ଗୁଟଖା ବିକ୍ରି ରୋକିବା ଉଦ୍ଦେଶ୍ୟରେ ଚଢ଼ାଉ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ସ୍ଥାନୀୟ ବଜାର ଅଞ୍ଚଳରେ ଖାଦ୍ୟସୁରକ୍ଷା  ନିଶାନିବାରଣ ଏବଂ ଅବକାରି ବିଭାଗ ପକ୍ଷରୁ ମିଳିତ ଭାବେ ଅଚାନକ ଚଢାଉ କରାଯାଇଥିବା ବେଳେ ୧୮ ଟି ଦୋକାନ ରୁ ୩୫୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ଆଗାମୀ ଦିନରେ ବେଆଇନ୍ ଭାବେ ଗୁଟଖା ତମାଖୁ ବିକ୍ରି କଲେ ଅଧିକ ଫାଇନ ଆଦାୟ କରାଯିବା ସହିତ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଚେତାବନୀ ଦେଇଛନ୍ତି।
ଏନେଇ ପ୍ରତି ମାସରେ ଅଚାନକ ଚଢାଉ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଉପପରିଚାଳକ ଅଶୋକ କୁମାର୍ ସାହୁ ଅବକାରୀ ବିଭାଗର ଏନ୍ ଜାଗିନ୍ ରାଓ,କଂଗ୍ରେସ ବେହେରା ଏବଂ ଫୁଡ୍ ସେଫ୍ଟି ଆସିଷ୍ଟାଣ୍ଟ ପ୍ରମୁଖ ସାମିଲ୍ ଥିବା ବେଳେ ଖଜୁରୀପଡ଼ା ପୁଲିସ ବାହିନୀ ସାମିଲ୍ ହୋଇ ସହଯୋଗ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories