www.samajalive.in
Sunday, December 7, 2025
14.1 C
Bhubaneswar

ମା’, ଝିଅଙ୍କ ମୃତ୍ୟୁ: ଦୁର୍ଘଟଣା ନୁହେଁ, ହତ୍ୟା

ଯାଜପୁର: ଟ୍ରକ ଧକ୍କାରେ ମାଆ ଓ ଝିଅ ମୃତ୍ୟୁ ଘଟଣାର ନୂଆ ମୋଡ଼ ନେଇଛି। ନିଜ ଆଡୁ ମାମଲା ରୁଜୁ କରି ଟ୍ରକ ଡ୍ରାଇଭରକୁ ପୁଲିସ ଗିରଫ କରିଛି। ଦୁର୍ଘଟଣା ନୁହେଁ ଉଦେଶ୍ୟମୂଳକ ଭାବେ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିବା ଅନୁଯାୟୀ ସାଇଡ ମରାକୁ ନେଇ ମାଆ ଓ ଝିଅ ସହିତ ଡ୍ରଇଭରର ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ କାରଣରୁ ଡ୍ରାଇଭର ଆକ୍ରୋସ ରଖି ଡ୍ରାଇଭର ଗାଡ଼ି ମଡାଇଥିବା ସୂଚନା ଦିଆଯାଇଛି। ଗତକାଲି ଜେନାପୁର ଥାନା ବରଡ଼ା ନିକଟରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇନାହିଁ, ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ଏବଂ ସେମାନଙ୍କୁ ଟ୍ରକ୍‌ ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର ଅପରାହ୍ନରେ ୫୩ ନମ୍ୱର ଜାତୀୟ ରାଜପଥରେ ଟ୍ରକ୍‌ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ନିଜ ଆଡୁ ହତ୍ୟା ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟା କାମ ସାରି ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ଝିଅ ଲିପିକା ଚକ୍ରବର୍ତ୍ତୀ(୨୪) ବୁଧବାର ଅପରାହ୍ନରେ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥରେ ଏକ ଦଶ ଚକିଆ ଟ୍ରକ୍‌ ସେମାନଙ୍କୁ ସାଇଡ୍‌ ମାରିଥିଲା ଏବଂ ସେମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ପରେ ମାଆ ଓ ଝିଅ ଦ୍ରୁତ ଗତିରେ ଆସି ଆରୁହା ଛକ ନିକଟରେ ଅଟକି ଥିଲେ। ସେଠାରେ ସମ୍ପୃକ୍ତ ଟ୍ରକ୍‌କୁ ଅଟକାଇ ଥିଲେ। ଏହା ପରେ ଟ୍ରକ୍‌ ଚାଳକ ଓ ମାଆ-ଝିଅଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଟ୍ରକ୍‌ ଚାଳକକୁ ଝିଅ ଲିପିକା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗଣ୍ଡଗୋଳ ବଢ଼ୁଥିବା ଦେଖି ସ୍ଥାନୀୟ ଲୋକ ସେଠାକୁ ଆସିଥିଲେ। ବୁଝାସୁଝା କରିବା ପରେ ସମସ୍ତେ ନିଜ ନିଜ ରାସ୍ତାରେ ପଳାଇ ଯାଇଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories