www.samajalive.in
Wednesday, December 10, 2025
16.1 C
Bhubaneswar

ଟୀକା ଦେବା ପରେ ଶିଶୁର ମୃତ୍ୟୁ ଅଭିଯୋଗ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର କେନ୍ଦୁଗୁଡା ଗାଁର ମୋନଜ କୌଶଲ୍ୟାଙ୍କ  ୪୫ ଦିନର ଶିଶୁ ପୁତ୍ରକୁ ଟୀକା ଦେବା ପରେ ମୃତ୍ୟୁ ବରଣ କରିଥିବା ନେଇ ପରିବାର ପକ୍ଷରୁ  ଅଭିଯୋଗ ହୋଇଛି ।ଖବର ନେବାରୁ ଜଣାପଡିଲା ଯେ ଗତକାଲି  ନାରାୟଣପୁର ସେକ୍ଟର ମହିଳା ସ୍ୱାସ୍ଥ୍ୟ କର୍ମୀ ,ଅଙ୍ଗନବାଡି କେନ୍ଦ୍ରକୁ ଆସି ୦ରୁ ୫ବର୍ଷ ଶିଶୁ ମାନଙ୍କୁ  ଓଜନ କରି ମିଳିମିଳା,ବୁଷ୍ଟ, ପୋଲିଓ, ଆଇପିବି,ପିବି, ପିସିବିଙ୍କ ଦିଆଯାଇଥାଏ ।
ପ୍ରତି ମାସ ପରି ଚଳିତ ମାସର ବୁଧବାର ଇମୁନାଇଜେସନ ଦିନ କେନ୍ଦୁଗୁଡା ଗାଁକୁ ଯାଇ ଶିଶୁ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଟୀକା ଦେଇଥିଲେ  ।ମୋନଜ କୌଶଲ୍ୟା,ପତ୍ନୀ ପଦ୍ମା କୌଶଲ୍ୟାଙ୍କ ଦ୍ୱିତୀୟ ସନ୍ତାନ ୪୫ ଦିନର ଶିଶୁ ଆଇପିବି ,ପିବି, ପିସିବି ଟୀକା ଦେଇଥିଲେ । ଟୀକା ଦେବାପରେ ଶିଶୁଟି ଝାଉଁଳି ପଡି ମାଆ ଖୀର ଖାଇନଥିଲା । ରାତ୍ରରେବହୁତ ଛୋଟ ପଟ ହେବାପରେ  ଆଜି ଗୁରୁବାର ଦିନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା ।
ଏହାକୁ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶଥାଉକି ଗତଜୁନ ମାସ୯ ତାରିଖ ଦିନ ଉକ୍ତ ପଞ୍ଚାୟତର ବଡ ତୋଡ୍ରା ଗାଁର ହେମନ୍ତଙ୍କ ପତ୍ନୀ କାଡ୍ରାକା ପୁଷ୍ପାଙ୍କ ଦୁଇମାସର ଶିଶୁ ମଧ୍ୟ ଟୀକା ଦେବାପରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ବହୁ ସମସ୍ୟା ହୋଇଥିଲା । ଏସମ୍ପର୍କରେ ଡାକ୍ତର ନିର୍ମାଲ୍ୟ କୁମାର ଗିରିଙ୍କୁ ପଚାରିବାରୁ ସେ କହିଲେ ଶିଶୁକୁ ଆଣିବା ପୂର୍ବରୁମୃତ୍ୟୁ ହୋଇଯାଇଥିଲା । ଟୀକା ଦେବା ପରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ  କରୁଥିବା ବୋଲି ପଚାରିବାରୁ  ତାହାର ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି । ଉକ୍ତ ଖବର ପାଇ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର  ବିବେକାନନ୍ଦ ମହାପାତ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ମାଝୀ , ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ପାଣିଗ୍ରାହୀ, ବିପିଓ କୈଳାସ ନାୟକ ପ୍ରମୁଖ ପହଞ୍ଚି  ଘଟଣା ବିଷୟରେ  ଆଲୋଚନା କରିଥିଲେ ।ଏହାର ସଠିକ ତଦନ୍ତ କରିବା ପରେ ଘଟଣାର ସତ୍ୟାସତ୍ୟ ଖବର ଜଣା ପଡିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି । ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ  ଅଭିଯୋଗ ହୋଇଛି । ସରକାର କିଛି ସହାୟତା ଯୋଗାଇ ଦେବାକୁ ମୋନଜ କୌଶଲ୍ୟା କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories