www.samajalive.in
Monday, December 15, 2025
16.1 C
Bhubaneswar

ନାଗରିକ କମିଟି ପକ୍ଷରୁ ରେଢ଼ାଖୋଲ ୧୨ ଘଣ୍ଟିଆ ବନ୍ଦ

ରେଢ଼ାଖୋଲ: ୫୫ନଂ ଜାତୀୟ ରାଜପଥ ମରାମତି ଓ ନିର୍ମାଣ ଦାବିରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମ ଭୋଇ ଛକଠାରେ ନାଗରିକ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି ।  ରାସ୍ତା ଅବରୋଧ କରି କର୍ମୀ ମାନେ ବନ୍ଦ ପାଳନ କରିଛନ୍ତି । ଗତ ୨୦୧୭ ମସିହା ଠାରୁ ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ (ଚାରି ଥାକିଆ )କାର୍ଯ୍ୟ ଏକ ଠିକା ସଂସ୍ଥା କରୁଛି । ହେଲେ ଠିକା ସଂସ୍ଥାର ମନ୍ଥର ଗତି କାର୍ଯ୍ୟ ଯୋଗୁ ୫ବର୍ଷ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି ।

ଏନେଇ ପୂର୍ବରୁ ଅନେକ ଥର ନାଗରିକ କମିଟି ତରଫରୁ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି । କିନ୍ତୁ ପ୍ରଶାସନ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନଏଚଏଆଇ)ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଶେଷରେ ବାଧ୍ୟ ହୋଇ ନାଗରିକ କମିଟି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି ବୋଲି କହିଛି । ବନ୍ଦ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଯାନ ବାହାନ ଅଟକି ରହିଛି । ବନ୍ଦ ପାଳନର ଖବର ପାଇ ଏନଏଚଏଆଇ କର୍ତ୍ତୃପକ୍ଷ ଘଟଣାସ୍ଥକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories