ପୁଣି କୁଟୃପାଟ ଗାଁରେ ଝାଡାବାନ୍ତି ରୋଗର ଆତଙ୍କ

କଲମପୁର: ରାୟଗଡାର କାଶିପୁର, କଲ୍ୟାଣସିଂପୁର, କୋରାପୁଟର ଦଶମନ୍ତପୁର ପରେ ଏବେ କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ମାଳିଗାଁ ଓ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ପୋଡାପଦର ପଞ୍ଚାୟତର କୁଟୃପାଟ ଗାଁରେ ଝାଡାବାନ୍ତି ରୋଗର ପ୍ରକୋପ ବୃଦ୍ଧି ପାଉଛି । ଗତ କିଛି ଦିନ ତଳେ ଗୋପୀନାଥପୁର ପଞ୍ଚାୟତ ଅଧିନସ୍ଥ ଚିଙ୍ଗିଡିପାସ ଠାରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହେଇଥିବା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେଥିବା କୁଟୃପାଟ ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହେଇଥିଲା । କୁଟୃପାଟର ଉଭୟ ବାପ ପୁଅ ଦାନୁ ଜାନୀ ଓ ମହନ୍ତ ଜାନୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ କିଛି ଆକ୍ରାନ୍ତ ଗାଁ ରହିଯାଇଛନ୍ତି । ଏ ଗାଁ କୁ ଯିବାକୁ ହେଲେ ଡଙ୍ଗା ହିଁ ଭରସା । ଏହାସହ ଏକ ପାହାଡ ଉପରକୁ ପ୍ରାୟ ୫ କିଲୋମିଟର ଚଢିବାକୁ ହେବ । ତେଣୁ ଏଠାରେ ରୋଗୀଙ୍କୁ ସଠିକ ସ୍ୱାସ୍ଥ୍ୟ ସେବା ଯୋଗାଇବା କଷ୍ଟକର ହେଇ ପଡିଛି । ସେହିଭଳି ମାଳିଗାଁ ପଞ୍ଚାୟତ ଅଧିନସ୍ଥ କଣାସୁକଲି ଠାରେ ମଧ୍ୟ ଏବେ ଝାଡା ବାନ୍ତି ରୋଗର ପ୍ରକୋପ ଦେଖା ଦେଇଛି ।

kalyan agarbati

Comments are closed.