www.samajalive.in
Friday, December 12, 2025
16.1 C
Bhubaneswar

ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟ ବିଧାନସଭାର ବିଧାୟକ

ଡେସ୍କ: ରାଜ୍ୟ ବିଧାନସଭାର ବିଧାୟକମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ ଜଣ ବିଧାୟକ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଉପହାର ପ୍ରଦାନ କରିଛନ୍ତି। ଗତ ବିଧାନସଭା ଅଧିବେଶନରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ଏକ ସଂକଳ୍ପ ପାରିତ ହୋଇଥିଲା। ବାଚସ୍ପତି ଶ୍ରୀ ଆରୁଖ ଏହି ଅବସରରେ ରାଷ୍ଟ୍ରପତିଙ୍କୁ ସେହି ସଂକଳ୍ପ ପତ୍ର ପ୍ରଦାନ କରିଛନ୍ତି।

ଏହି ସାକ୍ଷାତ କାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କୋଟପାଡ଼ର ପ୍ରସିଦ୍ଧ ଶାଢ଼ୀ ଉପହାର ଦେଇଥିବା ବେଳେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶାଢ଼ୀ ଉପହାର ଦେଇଛନ୍ତି। ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ କବିତା ପାଠ କରିବା ସହ କବିତା ସଙ୍କଳନକୁ ଫ୍ରେମ୍ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଛନ୍ତି। ବିଧାନସଭା କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କୁ ତାରକସୀରେ ତିଆରି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories