www.samajalive.in
Sunday, December 14, 2025
26.1 C
Bhubaneswar

କୋରାନ ଛୁଇଁ ଦମ୍ପତି ଶପଥ କଲେ ; ଲୁଟ୍‍ ନକରି ଡକାୟତ ଫେରିଗଲେ

ଦରଭଙ୍ଗା: ସ୍ଥାନୀୟ ଲୋଆମା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ନିଆରା ଘଟଣା ଘଟିଛି। ଗ୍ରାମର ଅନଶ ହୁସେନଙ୍କ ଘରେ ରାତି ପ୍ରାୟ ୧୨ଟା ବେଳେ ୧୭-୧୮ଜଣ ସଶସ୍ତ୍ର ଡକାୟତ ପ୍ରବେଶ କରି ଦୀର୍ଘ ୩ଘଣ୍ଟା କାଳ ଲୁଟ ଅଭିଯାନ ଚଲାଇ ଥିଲେ। ଘରର ମହିଳାଙ୍କୁ ଏକତ୍ରିତ କରି ସେମାନଙ୍କଠାରୁ ୧ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଲୁଟ୍‍ କରିବା ପରେ ଡକାୟତ ନଗଦ ଅର୍ଥ ଖୋଜିବା ଆରମ୍ଭ କରିଥିଲେ। ମହିଳାଙ୍କ ସ୍ୱର୍ଣ୍ଣ ଅଳଙ୍କାର ଲୁଟିବା ବେଳେ ଗୃହ କର୍ତ୍ତା ଅନଶ ହୁସେନ ଏହାର ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବା ସହିତ ହତ୍ୟା ଉଦ୍ୟମ କରିଥିଲେ। ଦୀର୍ଘ ୩ଘଣ୍ଟା କାଳ ଖୋଜାଖୋଜି କରିବା ପରେ ମଧ୍ୟ ୨ହଜାରରୁ ଅଧିକ ଟଙ୍କା ହୁସେନଙ୍କ ଘରୁ ମିଳି ନଥିଲା। ଘରେ କେତେ ଟଙ୍କା ଅଛି ଜାଣିବା ପାଇଁ ଡକାୟତମାନେ ହୁସେନ ଓ ତାଙ୍କ ପତ୍ନୀଙ୍କୁ ପବିତ୍ର କୋରାନ ଛୁଆଁଇ ଶପଥ କରିବାକୁ ବାଧ୍ୟ କରିଥିଲେ। ଉଭୟେ ୨ହଜାର ଟଙ୍କା ଅଛି ବୋଲି ଶପଥ କରିବା ପରେ ଡକାୟତମାନେ ଏତେ କମ୍‍ ଟଙ୍କା ପାଇଁ ଡକାୟତି କରିବୁନି କହି ସେଠାରୁ ପଳାଇ ଯାଇଥିଲେ। ହୁସେନଙ୍କ ଏକମାତ୍ର ପୁଅ ଦୁବାଇରେ କାର୍ଯ୍ୟ କରୁଥିବାବେଳେ ସେଠାରୁ ୨ଲକ୍ଷ ଟଙ୍କା ପଠାଇବାର ଥିଲା। ଏହି ଖବର କୌଣସି ମତେ ଡକାୟତଙ୍କୁ ମିଳିଯିବାରୁ ସେମାନେ ଏହି ଘର ଉପରେ ଚଢଉ କରିଥିଲେ। ତେବେ ଟଙ୍କା ଆସି ନଥିବାରୁ ଲୁଟ୍‍ ସାମଗ୍ରୀ ଛାଡ଼ି ପଳାଇ ଯାଇଥିଲେ ବୋଲି ହୁସେନ ପୁଲିସ ଆଗରେ ପ୍ରକାଶ କରିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories