www.samajalive.in
Tuesday, December 9, 2025
15.1 C
Bhubaneswar

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ମହଙ୍ଗା ଭତ୍ତା

ମଧ୍ୟପ୍ରଦେଶ: ପୁଣି ବଢ଼ିବ ସରକାରୀ କର୍ମଚାରୀଙ୍କ ଦରମା । ମଧ୍ୟପ୍ରଦେଶ ସରକାର ସରକାରୀ କର୍ମଚାରୀଙ୍କ ଦରମା ପୁଣି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଯାହାଦ୍ୱାରା ମଧ୍ୟପ୍ରଦେଣ ସରକାରୀ କର୍ମଚାରୀ ମାନେ ଉପକୃତ ହୋଇପାରିବେ । ବର୍ଦ୍ଧିତ ପ୍ରିୟତା ଭତ୍ତା ଏହି ମାସ ଅର୍ଥାତ୍ ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ କରାଯିବା ନେଇ କୁହାଯାଇଛି । ପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶ ସରକାର ଏପ୍ରିଲ ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିଲେ ।

ବର୍ତ୍ତମାନ ପୁଣି ଥରେ ଦରମା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଯେଉଁଥିପାଇଁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ସରକାରୀ କର୍ମଚାରୀମାନେ ୩୧ ପ୍ରତିଶତ ପ୍ରିୟତା ଭତ୍ତା ପାଉଛନ୍ତି । ହେଲେ ବର୍ତ୍ତମାନ ୩୪ ପ୍ରତିଶତ ପ୍ରିୟତା ଭତ୍ତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

- Advertisement -

ଚଳିତ ଅଗଷ୍ଟ ମାସରେ ଏହି ନୂତନ ବର୍ଦ୍ଧିତ ପ୍ରିୟତା ଭତ୍ତା ଲାଗୁ ହେବ । ଆସନ୍ତା ସେପ୍ଟେମ୍ବର ମାସରେ କର୍ମଚାରୀ ମାନେ ନୂଆ ଦରମା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଛଡ଼ା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତଥର ଆମେ ଏକତ୍ର ପ୍ରିୟତା ଭତ୍ତା ୧୧ ପ୍ରତିଶତ ବୃଦ୍ଧି କରିଥିଲୁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସରକାରୀ କର୍ମଚାରୀମାନେ ୩ ପ୍ରତିଶତ ଅଧିକ ଭତ୍ତା ପାଇବେ ।

ଏହି ଦରମା ବୃଦ୍ଧି ଯୋଗୁ ସରକାରଙ୍କ ଉପରେ ୬୨୫ କୋଟି ଟଙ୍କାର ଅତିରିକ୍ତ ଅର୍ଥରାଶି ଭାର ପଡ଼ିବ । ହେଲେ ପ୍ରିୟତା ଭତ୍ତା ବୃଦ୍ଧି ଯୋଗୁ ୭ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories