www.samajalive.in
Saturday, December 13, 2025
26.1 C
Bhubaneswar

ହରଭଙ୍ଗା ପଞ୍ଚାୟତ ପି.ଇ.ଓ ସ୍ତରରେ ଅଦଳବଦଳ; ୧୧ଜଣଙ୍କୁ ବଦଳି

ହରଭଙ୍ଗା: ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକରୁଥିବା ପି.ଇ.ଓ ମାନଙ୍କର ବଦଳି କରାଯାଇଛି । ପଞ୍ଚାୟତ ସ୍ତରରେ ସୋମବାର ଦିନ ଛୋଟଧରଣର ଅଦଳବଦଳ କରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ ବ୍ଲକରେ ୨୨ଟି ପଞ୍ଚାୟତରେ ୧୪ଜଣ ପି.ଇ.ଓ କାର୍ଯ୍ୟକରୁଥିବା ବେଳେ ୧୧ଜଣ ପି.ଇ.ଓଙ୍କୁ ବଦଳି କରାଯାଇଛି । ଅନ୍ୟ ୩ଜଣ ପି.ଇ.ଓଙ୍କ ବଦଳି ହୋଇନଥିବାରୁ ପରୋକ୍ଷରେ ସେମାନେ ବ୍ଲକ ପ୍ରଶାସନର ଗେହ୍ଲା ପୁଅ କି ବୋଲି ପ୍ରଶ୍ନଉଠୁଛି ?

ପଞ୍ଚାୟତ ସମିତି ହରଭଙ୍ଗା ପତ୍ର ସଂଖ୍ୟା -୨୬୧୩ ଅନୁସାରେ ପି.ଇ.ଓ ଶରତ ପୁରୋହିତଙ୍କୁ ବନ୍ଧାପଥର, ସରସରା, ସତ୍ୟବାନ ବେଜିକୁ କଂରଜକଟା, ପୁରୁଣାକଟକ, ପୁରନ୍ଦର ଠେଲାକୁ ଲୁଣିବାହାଲ, ବାମଣ୍ଡା, ବିରଂଚି କାଲସାଏଙ୍କୁ ଛତ୍ରଙ୍ଗ, ବାଣୀଭୁଷଣପୁର ଜଗଦୀଶ ମଲ୍ଲିକଙ୍କୁ କୁଶଙ୍ଗ, ମହାଲ୍ଲିକପଡାର ଜ୍ଞାନରଞନ ମିଶ୍ରଙ୍କୁ ରାଧାନଗର, ବିରଂଚିନାରାୟଣ ପଣ୍ଡାଙ୍କୁ ରାମଗଡ, ସୁଶ୍ରୀ ନମିତା ସାହୁଙ୍କୁ ସାମ୍ପୋଚ୍‌, ପ୍ରନୀତ ଗୋପାଳଙ୍କୁ ହରଭଙ୍ଗା, ସନ୍ତୋଷ କୁମାର ରଣାଙ୍କୁ ତିଲେଶ୍ୱର, ପିତାମ୍ବରପୁରର ଅନନ୍ତ ବେହେରାଙ୍କୁ ଶଙ୍କୁଲେଇ, ବୀରନରସିଂହପୁର ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରାଯାଇଛି । ଅନ୍ୟପଟେ ତଳଗାଁ ପି.ଇ.ଓ ଗୁରୁଚରଣ ସେଠୀ, ଧଳପୁର ପି.ଇ.ଓ ରାଘବାନନ୍ଦ  କ୍ଷେତି, ଏବଂ ମଥୁରା ପିଇଓ ଶ୍ରୀମତି ନମିତା ସାହୁଙ୍କୁ ଅଦଳବଦଳ କରାଯାଇନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories