www.samajalive.in
Tuesday, December 9, 2025
26.1 C
Bhubaneswar

ଆଜିଠୁ ଶସ୍ତା ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଆଜି ଅଗଷ୍ଟ ମାସ ୧ ତାରିଖ । ଆଜିଠାରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ୧୯ କିଗ୍ରା ବ୍ୟବସାୟୀକ ସିଲିଣ୍ଡର ଉପରେ ବିଶେଷ ରିହାତି ହୋଇଥିବା ସୂଚନା ଦିଆଯାଇଛି । ସୂଚନା ମୁତାବକ ଇଣ୍ଡିଆନ୍‌ ଅଏଲ୍‌ ଏହି ସିଲିଣ୍ଡର ଉପରେ ୩୬ଟଙ୍କା ହ୍ରାସ କରିଛି । ଯାହାଦ୍ବାରା ବ୍ୟବସାୟୀ ମାନେ ଉପକୃତ ହୋଇପାରିବେ । ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ଦାମ୍‌ ୧,୯୭୬.୫୦ ଟଙ୍କା ରହିଛି । ଗତମାସରେ ଏହା ୨୦୧୨.୫୦ ଟଙ୍କା ଥିଲା । ସେହିପରି କୋଲକାତାରେ ୨୦୯୫.୫୦ଟଙ୍କା, ମୁମ୍ବାଇରେ ୧୯୩୬.୫୦ ଟଙ୍କା ରହିଛି ।

ଚେନ୍ନାଇରେ ମଧ୍ୟ ବ୍ୟବସାୟୀକ ସିଲିଣ୍ଡର ଦାମ୍‌ ହ୍ରାସ ଘଟିଛି । ହେଲେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ବର୍ତ୍ତମାନ ଦିଲ୍ଲୀରେ ଘରୋଇ ରନ୍ଧନ ଗ୍ୟାସ ମୂଲ୍ୟ ୧୦୫୩ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧୦୫୩ଟଙ୍କା, କୋଲକାତାରେ ୧୦୭୯ଟଙ୍କା ଓ ଚେନ୍ନାଇରେ ୧୦୬୮ଟଙ୍କା ୫୦ ପଇସା ରହିଛି ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories