www.samajalive.in
Saturday, December 6, 2025
26.1 C
Bhubaneswar

ଧନରାଜଙ୍କ ଦଳକୁ ହରାଇଲା ଦିଲୀପଙ୍କ ଏକାଦଶ

ଭୁବନେଶ୍ୱର : ହକି ବିଶ୍ୱକପ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଏକାଠି ହୋଇଥିଲେ ହକି ମହାରଥୀ। ଭାରତୀୟ ହକିର ପୂର୍ବତନ ନାମୀ ଖେଳାଳି ଓ ବର୍ତ୍ତମାନର ଖେଳାଳିଙ୍କୁ ନେଇ ବୁଧବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମ ନବୀକୃତ ହକି ଷ୍ଟାଡ଼ିୟମରେ ଖେଳା ଯାଇଥିଲା ପ୍ରଦର୍ଶନୀ ମ୍ୟାଚ। ଏଥିରେ ଦିଲୀପ ତିର୍କୀ ଏକାଦଶ ୨-୧ ଗୋଲରେ ଧନରାଜ ପିଲେ ଏକାଦଶକୁ ପରାସ୍ତ କରିଥିଲା।
ଉଭୟ ଦଳ ମଧ୍ୟରେ ୩୦ ମିନିଟ୍‍ ଧରି ଖେଳା ଯାଇଥିବା ମ୍ୟାଚ ବେଶ୍‍ ରୋମାଞ୍ଚକର ହୋଇଥିଲା। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧ ତଥା ଖେଳର ୧୬ତମ ମିନିଟରେ ଦିଲୀପ ତିର୍କୀ ଏକାଦଶ ପକ୍ଷରୁ ଦୀପକ ଠାକୁର ପ୍ରଥମ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ଏହାର ଠିକ୍‍ ଏକ ମିନିଟ୍‍ ପରେ ଦୀପକ ୧୭ ମିନିଟ୍‍ରେ ୨ୟ ଗୋଲ ଦେଇଥିଲେ। ୨୨ ମିନିଟରେ ଧନରାଜ ଏକାଦଶ ପକ୍ଷରୁ ଗୁରୁଜାନ୍ତ ସିଂହ ଗୋଟିଏ ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳିଙ୍କୁ ପୁରସ୍କୃତ କରିବା ସହିତ ବିଜୟୀ ଦିଲୀପ ତିର୍କୀ ଏକାଦଶକୁ ଟ୍ରଫି ପ୍ରଦାନ କରିଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହରା ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories