www.samajalive.in
Sunday, December 14, 2025
15.1 C
Bhubaneswar

ରାଷ୍ଟ୍ରୀୟ ଶିକ୍ଷାନୀତି ଭାରତକୁ ବିଶ୍ୱରେ ନେତୃତ୍ୱ ନେବାର ଶକ୍ତି ଯୋଗାଇବ-ରାଜୀବ ଚନ୍ଦ୍ରଶେଖର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ତ୍ବରେ ଦେଶ ଆଗଉଛି, ଅର୍ଥନୈତିକ କ୍ଷେତ୍ର ବିକଶିତ ହେଉଛି। ଭାରତର ଅର୍ଥନୀତିରେ ଆଶାତୀତ ବୃଦ୍ଧି ଘଟିଛି ଯାହାବିଶ୍ଵ ଦେଖୁଛି। ଯୁବକ-ଯୁବତୀଙ୍କୁ ରୋଜଗାରକ୍ଷମ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ନୂତନ ଜାତୀୟ ଶିକ୍ଷାନୀତି ଯୁବବର୍ଗଙ୍କ ଆଜି ଓ କାଲିର ସ୍ୱପ୍ନକୁ ସାକାର କରିବ। ରାଷ୍ଟ୍ରୀୟ ଶିକ୍ଷାନୀତି ଭାରତକୁ ବିଶ୍ୱରେ ନେତୃତ୍ୱ ନେବାର ଶକ୍ତି ଯୋଗାଇବବୋଲି କହିଛନ୍ତି କେନ୍ଦ୍ର ଦକ୍ଷତା ବିକାଶ, ଉଦ୍ୟମିତା, ସୂଚନା ପ୍ରଯୁକ୍ତିବିଦ୍ୟା ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର।
ଶନିବାର ଅର୍ଗସ ନ୍ୟୁଜ ଚ୍ୟାନେଲ ପକ୍ଷରୁ ଆୟୋଜିତ ‘ଅର୍ଗସ୍ ଏଜୁକେସନ୍ ନେକ୍ସଟ ୨୦୨୨ କନକ୍ଲେଭ’ରେ ଯୋଗଦେଇ କେନ୍ଦ୍ର ସରକାର ଶିକ୍ଷାର ବିକାଶ ପାଇଁ ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାସପୋର୍ଟରେ ଯେପରି ସାରା ବିଶ୍ୱ ବୁଲିପାରିବ ଠିକ୍ ସେହିପରି ନୂତନ ଜାତୀୟ ଶିକ୍ଷାନୀତି ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବଢିବ ଓ ସେମାନେ ସ୍ୱାବଲମ୍ବୀ ହୋଇପାରିବେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ଆହୁରି କହିଛନ୍ତି , ମୁଁ ଓଡ଼ିଶାକୁ ଆସି ବହୁତ ଖୁସି’ । ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ଖୁସି ପ୍ରକଟ କରିବା ସହ ନୂତନ ଜାତୀୟ ଶିକ୍ଷାନୀତିର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ନୂତନ ଜାତୀୟ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ବଳ କରିବ। ସୁଯୋଗ ଅସୀମିତ, ଏଥିରୁ ଫାଇଦା ଉଠାଇବାକୁ ଯୁବବର୍ଗଙ୍କୁ ଆହ୍ବାନ କରିଥିଲେ। କୋଭିଡ୍ ବେଳେ ଭାରତର ସାହସିକ ପଦକ୍ଷେପକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ। ମାଗଣାରେ କୋଟିକୋଟି ଟିକା ଦେଇ ଭାରତ ବିଶ୍ଵସ୍ତରରେ ପରିଚୟ ସୃଷ୍ଟି କରିଛି,ବିକାଶ ପଥରେ ଆଗଉଛି, ଅନ୍ୟ ଦେଶ ତୁଳନାରେ ବେଶି ଅଗ୍ରଗତି କରୁଛି। ନ୍ୟୁ ଇଣ୍ଡିଆର ପରିକଳ୍ପନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକାର କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଆଜି ଅନୁଷ୍ଠିତ ହୋଇଥିବା କାର୍ୟ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ବିଶ୍ବବିଦ୍ୟାଳୟ, ଭୁବନେଶ୍ବରର କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ଓ ନ୍ୟାସନାଲ କାଉନସିଲ ଫର୍ ଭୋକେସନାଲ ଏଜୁକେସନ ଆଣ୍ଡ ଟ୍ରେନିଂ ବା ଏନସିଭିଇଟିର ଚେୟାରମ୍ୟାନ୍ ଡଃ ନିର୍ମଳ ସିଂହ କାଲସି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସେହିପରି ଅନ୍ୟାନ୍ୟ ବକ୍ତାଙ୍କ ମାନଙ୍କ ମଧ୍ୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ବବିଦ୍ୟାଳୟ, ବାରିପଦାର କୁଳପତି ପ୍ରଫେସର କିଶୋର କୁମାର ବସା, ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି ) ସିଇଓ, ବେଦମଣି ତିୱାରୀ, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ବାଲ, ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ବବିଦ୍ୟାଳୟ ପ୍ରୋ-ଚାନସେଲର ଡକ୍ଟର ଶ୍ରୀକାନ୍ତ ମହାପାତ୍ର, ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟ, ଆନନ୍ଦ(ଆଇଆରଏମଏ) ନିର୍ଦ୍ଦେଶକ, ଡଃ ଉମାକାନ୍ତ ଦାଶ, ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ(ଆରଆଇ)ର ପ୍ରିନ୍ସପାଲ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ଇନଷ୍ଟିଚ୍ୟୁଟ ଅଫ୍ ଓଡ଼ିଆ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ, ଭୁବନେଶ୍ବରର ସଦସ୍ୟ ତଥା ସମ୍ପାଦକ ସୁବ୍ରତ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ମାତୃଭାଷା ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଥିବା ମତପ୍ରକାଶ କରିଥିଲେ ।କରୋନାର ପରର ଶୈକ୍ଷିକ ବାତାବାରଣ, ଜ୍ଞାନ ପର୍ୟ୍ୟବେସିତ ଅର୍ଥନୀତିକୁ ନେଇ ଶିକ୍ଷା କ୍ଷେତ୍ରର ପୁନର୍ବିନ୍ୟାସ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ଶିକ୍ଷା ଓ ଦକ୍ଷତାର ଆବଶ୍ୟକତା ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା।
ଅର୍ଗସର ମୁଖ୍ୟ ସଂପାଦକ ସଞ୍ଜୟ ଜେନା ସ୍ବାଗତ ଭାଷଣ ଦେଇଥିବାବେଳେ ସିଇଓ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories