www.samajalive.in
Saturday, December 13, 2025
26.1 C
Bhubaneswar

୪୯ ଲକ୍ଷ ଟଙ୍କାର ସାମଗ୍ରୀ ଓ ଟ୍ରକ ଚୋରି

ସମ୍ବଲପୁର: ସମ୍ବଲପୁରର ବରେଇପାଲି ଅଞ୍ଚଳରୁ ପ୍ରାୟ ୪୯ ଲକ୍ଷ ଟଙ୍କାର ସାମଗ୍ରୀ ସହିତ ଏକ ମାଲବାହୀ ଭାରିଯାନ ଚୋରି ହୋଇଯାଇଛି। ଅଇଁଠାପାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବରେଇପାଲି ନିବାସୀ ଆରତି ସିଂଙ୍କ ଏକ ୧୪ ଚକିଆ ଭାରିଯାନ ଭଡା ସୂତ୍ରରେ ଲଗାଇଥାନ୍ତି। ତାଙ୍କ ଭାରିଯାନରେ ଚାଳକ ଗତ ୨୭ ତାରିଖ ରାତ୍ର ସମୟରେ ଝାରସୁଗୁଡା ସ୍ଥିତ ଷ୍ଟେରଲାଇଟ କମ୍ପାନୀରୁ ୧୪ଟି ଆଲୁମିନିୟମର ତାର ବଣ୍ଟଲ ଲୋଡ କରିଥିଲେ। ଏହା ପରେ ଗାଡିକୁ ଚାଳକ ସମ୍ବଲପୁର ସ୍ଥିତ ବରେଇପାଲି ଠାରେ ପହଂଚିବା ପରେ ସେଠାରେ ରଖି ଦେଇ ଘରକୁ ଯାଇଥିଲେ। ତେବେ ଶୁକ୍ରବାର ସକାଳୁ ଗାଡିଟି ରଖିଥିବା ସ୍ଥାନରେ ନ ଥିବା ଜାଣି ତୁରନ୍ତ ଗାଡି ମାଲିକ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଡିଟି ପରମାଣପୁର ନିକଟସ୍ଥ କୁଦୋପାଲି ଅଞ୍ଚଳରେ ଥିବା ଜାଣି ସେଠାକୁ ଯାଇଥିଲେ। ଗାଡିଟି ସେଠାରେ ଛିଡା ହୋଇଥିବା ବେଳେ ଗାଡିରେ ଥିବା ୧୪ଟି ମୂଲ୍ୟବାନ ଆଲୁମିନିୟମ ବଣ୍ଟଲ ତାର ମଧ୍ୟରୁ ମାତ୍ର ୩ଟି ଥିବାର ଦେଖିଥିଲେ। ଏଣୁ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ସଂଖ୍ୟା ୪୫୨/୨୦୨୨ ରୁଜୁ କରି ଗାଡିକୁ ଜବତ କରି ଚୋରି ସାମଗ୍ରୀ ଗୁଡିକୁ ଠାବ କରିବାକୁ ଚେଷ୍ଟା କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories