www.samajalive.in
Saturday, December 6, 2025
26.1 C
Bhubaneswar

ଖରଭୁଇଁ ପଥରଖାଦାନା ଚାଲୁ କରିବାକୁ ହରଭଙ୍ଗା ତହସିଲଦାରଙ୍କୁ ନିର୍ଦ୍ଦେଶ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ ଦୀର୍ଘବର୍ଷଧରି ବେନିୟମଭାବେ ଚାଲିଥିବା ପଥର ଉତୋଳନକୁ ବିରୋଧକରି ଖରଭୁଇଁ ଗ୍ରାମବାସୀ ପକ୍ଷରୁ ଗତ ଜୁନ୍ ୨୦୨୧ରେ ଏକ ଜନ ଆନ୍ଦୋଳନ ମୁଣ୍ଡଟେକିଥିଲା। ଖରଭୁଇଁ ଅଂଚଳରୁ ସମ୍ପୂର୍ଣ୍ଣ କ୍ରସର ଏବଂ ପଥର କୁଆଁରୀ ଉଛେଦ ଦାବୀରେ ଗ୍ରାମବାସୀ ଜିଦ୍ ରେ ଅଟଳ ରହିଥିଲେ। ଶେଷରେ ଗ୍ରାମବାସୀଙ୍କ ନିଷ୍ପତିକୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମ୍ମାନ ଜଣାଇ ଗତ ୨୫ ସେପ୍ଟେମ୍ବର ୨୦୨୧ରେ ଖରଭୁଇଁ ଅଂଚଳରୁ କ୍ରସର ଏବଂ ପଥର କୁଆଁରୀ ଉଛେଦ ପାଇଁ ଏକ ଐତିହାସିକ ନିଷ୍ପତି ନେଇଥିଲେ।
ଏହାପରେ ସେଦିନଠାରୁ ଆଜିପର୍ଯ୍ୟନ୍ତ ଖରଭୁଇଁ ଅଂଚଳରେ ପଥର ଉତୋଳନ ସାଙ୍ଗକୁ କ୍ରସର ବନ୍ଦ ହୋଇପଡିଛି। ମାତ୍ର ଦୀର୍ଘ ୯ମାସର ନୀରବତା ପରେ ବୌଦ୍ଧ ଜିଲ୍ଲାପ୍ରଶାସନ କ୍ରସର ବନ୍ଦ ନିଷ୍ପତିରେ ୟୁ ଟର୍ଣ୍ଣ ହୋଇଛି। ଖରଭୁଇଁ ଅଂଚଳରେ ବନ୍ଦ ହୋଇପଡିଥିବା ପଥରକ୍ୱାରୀ ଏବଂ କ୍ରସରଗୁଡିକୁ ପୁନଶ୍ଚ ପଥର ଉତୋଳନ ପାଇଁ ଅନୁମତି ଦେବାକୁ ହରଭଙ୍ଗା ତହସିଲଦାରଙ୍କୁ ବୌଦ୍ଧ ଅତିରିକ୍ତ ତହସିଲଦାର ବବିତାରାଣୀ ଦଳବେହେରା ପତ୍ର ଜରୀଆରେ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ରାଜସ୍ୱ ସଂଗ୍ରହ ପାଇଁ ଆପଣ ଖରଭୁଇଁ ଅଂଚଳରେ ଥିବା ସମସ୍ତ ପଥର ଖାଦାନଗୁଡିକ କିପରି ପୁନଶ୍ଚ ଚାଲୁହେବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ତହସିଲଦାରଙ୍କୁ ଜଣାଇଛନ୍ତି।
ସୂଚନା ଥାଉ କି ହରଭଙ୍ଗା ତହସିଲର ଖରଭୁଇଁ ଅଂଚଳରେ ଦୀର୍ଘ ୧୫ବର୍ଷଧରି କ୍ରସର ଶିଳ୍ପ ଗଢିଉଠିଥିଲା। ଲିଜଧାରୀ ପଥରକ୍ୱାରୀଗୁଡିକରୁ ତହସିଲ ବାର୍ଷୀକ ପାଖାପାଖି ଏକ କୋଟି ଟଙ୍କା ରାଜସ୍ୱ ଲାଭ କରୁଥିଲା। ଜନ ଆନ୍ଦୋଳନ ଯୋଗୁଁ କ୍ରସର ଶିଳ୍ପ ବନ୍ଦ ଯୋଗୁଁ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ପରେ ବୌଦ୍ଧ ଜିଲ୍ଲାପ୍ରଶାସନର ଚେତାପଶିଛି। କ୍ରସର ଶିଳ୍ପ ଚାଲୁ ପାଇଁ ତହସିଲଦାରଙ୍କୁ ଦେଇଥିବା ନିର୍ଦ୍ଦେଶ ଆଗକୁ କିଭଳି କାର୍ଯ୍ୟକାରୀ ହେଉଛି ଏବଂ ଖରଭୁଇଁ ଜନସାଧାରଣ ଏହାକୁ କେଉଁ ଦୃଷ୍ଟିରେ ଗ୍ରହଣ କରୁଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories