www.samajalive.in
Sunday, December 7, 2025
14.1 C
Bhubaneswar

ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଅନେକ ସମସ୍ୟା ଦୂର କରେ ଏହି ଉପାୟ

ତ୍ୱଚା ପାଇଁ ଫେସିଆଲ୍‍ କରିବା ସାଧାରଣ କଥା। ଅନେକ ସମୟରେ ଘରେ ଓ ପାର୍ଲରରେ ବିଭିନ୍ନ ଫେସିଆଲ୍‍ କରିବା ଦେଖାଯାଇଥାଏ। ମାତ୍ର ଆଖି ପାଇଁ ମଧ୍ୟ ଘରୋଇ ଉପାୟରେ ବିଭିନ୍ନ ଫେସ୍‍ ମାସ୍କ ବ୍ୟବହାର କରାଯାଇପାରିବ। ଘରେ ହେଉ ଅଥବା କାର୍ଯ୍ୟାଳୟରେ ଲ୍ୟାପଟପ୍‍ ରେ ଅଧିକ ସମୟ କାମ କରିବା ଦ୍ୱାରା ଆଖି ଉପରେ ପ୍ରଭାବ ପକାଇଥାଏ। ଫଳରେ ଆଖି ତଳର କଳାଦାଗ, ଆଖିର କୁଞ୍ଚନ ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଆଖିତଳର କଳାଦାଗ,କୁଞ୍ଚନ ଓ ଥକ୍କାପଣ ଦୂର ହୋଇ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ଜାଣନ୍ତୁ..
ଏକ ତୁଳାରେ ଗୋଲାପ ଜଳ ଭିଜାଇ ଆଖି ତଳେ ରଖନ୍ତୁ। ନିୟମିତ ଏପରି କରିବା ଦ୍ୱାରା ଆଖିତଳର କଳାଦାଗ ଦୂର ହୋଇଥାଏ।
ଏଲୋବେରା ଜେଲ୍‍ରେ ଲେମ୍ବୁ ରସ ମିଶାଇ ଆଖି ତଳେ ଲଗାଇ ହାଲକା ମାଲିସ୍‍ କରନ୍ତୁ। ଏହାଦ୍ୱାରା କଳାଦାଗ ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ହେବ।
କଫି ପାଉଡରରେ ଅଳ୍ପ ନଡିଆ ତେଲ ମିଶାଇ କିମ୍ବା ମହୁ ମିଶାଇ ଆଖି ତଳେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହା ଚକ୍ଷୁ ପାଇଁ ଖୁବ ଉପକାରୀ।
ଏକ ଚାମଚ ହଳଦୀ ଗୁଣ୍ଡରେ ଏକ ଚାମଚ ଦହି, ଅଳ୍ପ ଲେମ୍ବୁ ରସ ମିଶାନ୍ତୁ।ଏହାକୁ ୨୦ ମିନିଟ୍‍ ରଖି ଧୋଇ ଦିଅନ୍ତୁ।
ଏଲୋବେରା ଜେଲ୍‍ରେ ଅଳ୍ପ ଅଲିଭ ଅଏଲ ମିଶାଇ ଏହାକୁ ରାତି ଯାକ ଆଖିରେ ଲଗାଇ ରଖନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ। ଏହା ଆଖି ପାଇଁ ଖୁବ ଉପକାରୀ।
ଅଳ୍ପ କିଛି କ୍ଷୀରରେ କିଛି ଗୋଲାପ ପାଖୁଡା ପକାଇ ଫ୍ରିଜରେ ୩ ରୁ ୪ ଘଣ୍ଟା ରଖନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଆଖି ତଳେ ଲଗାଇ ସକାଳେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆଖି ଖୁବ ସୁନ୍ଦର ହେବା ସହ ଥକ୍କାପଣ ଦୂର ହୋଇଥାଏ।
ଆଳୁ ରସରେ ପୁଦିନାପତ୍ର ରସ ମିଶାଇ କିଛି ସମୟ ଫ୍ରିଜରେ ରଖିବା ପରେ ଆଖି ତଳେ ଲଗାଇ ୨୫ ମିନିଟ ରଖନ୍ତୁ। ଏହାପରେ ଧୋଇ ଦିଅନ୍ତୁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories