www.samajalive.in
Sunday, December 14, 2025
26.1 C
Bhubaneswar

ମିଳିବ ବିଶେଷ କୃପା : ଶ୍ରାବଣରେ କଲେ ଏହି ଉପାୟ

ଭଗବାନ ଶିବଙ୍କ ପ୍ରିୟମାସ ଶ୍ରାବଣ ମାସ ବୋଲି କୁହାଯାଏ। ଶ୍ରାବଣ ମାସରେ ବାସ୍ତୁ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ପରିବାରରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ସତ ମନରେ ଉପାସନା କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ ହୋଇଥାଏ। ଶ୍ରାବଣ ମାସରେ ବାସ୍ତୁ ସହ ଜଡିତ କିଛି ସରଳ ଉପାୟ କରିବା ଦ୍ୱାରା ସ୍ୱାସ୍ଥ୍ୟ,କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ସୁଖଶାନ୍ତି, ଧନବୃଦ୍ଧି ହୋଇଥାଏ। ଜାଣନ୍ତୁ…
ଶ୍ରାବଣ ମାସରେ ନିଜ ଘରେ ଗଙ୍ଗାଜଳ ପ୍ରତିଦିନ ଛିଞ୍ଚନ୍ତୁ।
ଏହି ମାସରେ ରୁଦ୍ରାକ୍ଷ ଧାରଣ କରନ୍ତୁ। ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଏହି ମାସରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏହାକୁ ଉତ୍ତର ଦିଗରେ ଲଗାନ୍ତୁ।
ଏହି ମାସରେ ଅର୍ଦ୍ଧନାରୀଶ୍ୱର ରୂପକୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଏହି ମାସରେ ପ୍ରତ୍ୟେକ ସୋମବାର ଭଗବାନ ଶିବଙ୍କ ନାମ ସ୍ମରଣ କରିବା ସହ ସଠିକ ଭାବେ ବ୍ରତ କରନ୍ତୁ।
ଏହି ମାସରେ ଶିବଲିଙ୍ଗରେ ଜଳରେ ଦେଶୀ ଘିଅ ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ଶରୀରରୁ ରୋଗ ଦୂରେଇ ରହିଥାଏ।
ଶ୍ରାବଣ ମାସରେ ଗହମ ଦାନ କରିବା ଦ୍ୱାରା ପୁତ୍ର ସୁଖ ପ୍ରାପ୍ତି ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ।
ସୋମବାର ଦିନ ଭଗବାନ ଶିବଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ବସ୍ତ୍ର ଉପରେ ଅକ୍ଷତ ରଖି ସମର୍ପଣ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ଗଙ୍ଗାଜଳ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଭୋଳାନାଥ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି।

 

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories