www.samajalive.in
Saturday, December 13, 2025
26.1 C
Bhubaneswar

ଜଗନ୍ନାଥଙ୍କ ଜମି ଖୋଜିବ ମନ୍ଦିର ପ୍ରଶାସନ

ପୁରୀ: ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଖୋଜିବ ମନ୍ଦିର ପ୍ରଶାସନ। ଓକାକ୍‌ ମାଧ୍ୟମରେ ଜମିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ବିଚାର ବିଭାଗୀୟ ଓ ରାଜସ୍ବ ଅଦାଲତରେ ବିଚାରାଧୀନ ଥିବା ଜମି ମାଲିକାନା ବିବାଦ ମକଦ୍ଦମା ପରିଚାଳନା ପାଇଁ ଦକ୍ଷ ଆଇନଜୀବୀଙ୍କୁ ନିୟୋଜିତ କରାଯିବ। ଜମି ଜବରଦଖଲ ରୋକିବା ପାଇଁ ଜିଲାପାଳଙ୍କ ମାଧ୍ୟମରେ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ।
କଟକ ବେଣ୍ଟକଣା-ଚାନ୍ଦୁଲି ରାସ୍ତା ନିର୍ମାଣ ପାଇଁ ୯୧୦ ଡେସିମିଲ ଜମି ବିକ୍ରି କରାଯିବ।

ଏଥିପାଇଁ ସମ୍ପୃକ୍ତ ସଂସ୍ଥା ମନ୍ଦିର ପ୍ରଶାସନ ପାଖରେ ୨କୋଟି ୬୬ଲକ୍ଷ ଟଙ୍କା ଜମା କରିଛି। ଶ୍ରୀଜଗନ୍ନାଥଙ୍କ ଜମି କିଣିବା ପାଇଁ ମିଳିଥିବା ଦରଖାସ୍ତଗୁଡ଼ିକୁ ଯାଞ୍ଚ କରାଯିବ। ରାଜ୍ୟ ସରକାର ନୂଆ ୟୁନିଫର୍ମ ପଲିସି ପ୍ରସ୍ତୁତ କରୁଥିବାରୁ ତାହା ମିଳିବା ପରେ ନିର୍ଦ୍ଧାରିତ ଦରରେ ଜମି ବିକ୍ରି କରାଯିବ। ମହାପ୍ରଭୁଙ୍କ ବହୁଜମି ବେବନ୍ଦୋବସ୍ତ ଥିବାରୁ ସେଗୁଡ଼ିକୁ ତୁରନ୍ତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ସ୍ଥିତିବାନ ସ୍ବତ୍ତ୍ବ ସହ ରେକର୍ଡ କରିବାକୁ ଜିଲାପାଳଙ୍କୁ ଚିଠି ଲେଖିବା ପାଇଁ ସ୍ଥିର କରାଯାଇଛି। ଶୁକ୍ରବାର ଶ୍ରୀମନ୍ଦିର ଭୂମି ଓ ପ୍ରକଳ୍ପ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ପୌରାଞ୍ଚଳର ବିଭିନ୍ନ ରାଜସ୍ବ ମୌଜାରେ ଥିବା ମହାପ୍ରଭୁଙ୍କ ମୂଲ୍ୟବାନ ଜମି ଜବରଦଖଲ ହେଉଥିବାରୁ କେତେକ ସଭ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଓକାକ୍‌ଠାରୁ ମହାପ୍ରଭୁଙ୍କ ନାମରେ ରହିଥିବା ଜମିର ସ୍ଥିତି ସମ୍ପର୍କରେ ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

- Advertisement -

ସୂଚନା ଅନୁଯାୟୀ ରାଜ୍ୟର ୨୩ଟି ଜିଲା‌େ‌ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୬୦,୪୧୮ ଏକର ଜମି ରହିଛି। ସର୍ବାଧିକ ୨୯,୭୫୨ ଡେସିମିଲ ଜମି ଖୋର୍ଦ୍ଧା ଜିଲାରେ ରହିଛି। ସେହିପରି ପୁରୀ ଜିଲାରେ ୧୭,୦୭୧, କଟକ ଜିଲାରେ ୩,୨୧୪, ଭଦ୍ରକ ଜିଲାରେ ୨,୯୩୭, ଗଞ୍ଜାମ ଜିଲାରେ ୨,୮୬୯, କେନ୍ଦ୍ରାପଡ଼ାରେ ୧,୧୮୪ ଏକର ଜମି ରହିଛି। ଅନୁଗୁଳ ଜିଲାରେ ୧୧୭, ଢେଙ୍କାନାଳ ୨୧୪, ବାଲେଶ୍ବର ୮୬୬, ଯାଜପୁର ୮୩୬, ଜଗତସିଂହପୁର ୭୦୧, ନୟାଗଡ଼ ୨୬୮, ବରଗଡ଼ ୩୮, ସମ୍ବଲପୁର ୯, ବଲାଙ୍ଗୀର ୫୨, ଗଜପତି ୩୩, ରାୟଗଡ଼ା ୧୭, କେରାପୁଟ ୧୮, କେନ୍ଦୁଝର ୧୨, ମୟୂରଭଞ୍ଜ ୫୭, ସୁନ୍ଦରଗଡ଼ ୪୫, କଳାହାଣ୍ଡି ୯୭ ଏବଂ ସୁବର୍ଣ୍ଣପୁର ଜିଲାରେ ମହାପ୍ରଭୁଙ୍କର ୧ଏକର ଭୂସମ୍ପତ୍ତି ରହିଛି। ସେହିପରି ରାଜ୍ୟ ବାହାରେ ଶ୍ରୀଜଗନ୍ନାଥଙ୍କର ୩୯୫ ଏକର ମୂଲ୍ୟବାନ ଜମି ରହିଛି। ସେଥିରୁ ୩୨୨ ଏକର ପଶ୍ଚିମବଙ୍ଗରେ ଥିବାବେଳେ ୨୮ଏକର ମହାରାଷ୍ଟ୍ର, ୨୫ଏକର ମଧ୍ୟପ୍ରଦେଶ, ୧୭ଏକର ଆନ୍ଧ୍ରପ୍ରଦେଶ, ୧ଏକର ୭୦୦ ଛତିଶଗଡ଼ ଏବଂ ୨୭୪ ଡେସିମିଲ ଜମି ବିହାରରେ ରହିଛି। ଜମି ସୁରକ୍ଷା ଓ ପୁନରୁଦ୍ଧାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories