www.samajalive.in
Saturday, December 13, 2025
21.1 C
Bhubaneswar

ତାଇୱାନ ପ୍ରସଙ୍ଗରେ ବାଇଡେନଙ୍କୁ ଜିନ୍‌ପିଙ୍ଗଙ୍କ ଧମକ

ୱାଶିଂଟନ: ତାଇୱାନ ପ୍ରସଙ୍ଗରେ ଆମେରିକା-ଚୀନ ପୁଣି ମୁହାଁମୁହିଁ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ଆଭାସୀ ମାଧ୍ୟମରେ କଥାବାର୍ତ୍ତା ବେଳେ ଏହି ମୁହାଁମୁହିଁ ହୋଇଛି। ଅର୍ଥନୀତି ଓ ଭୂ-ରାଜନୈତିକ ପରିସ୍ଥିତିକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଗୁରୁବାର ଦୁଇ ନେତାଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା କାଳରେ ଜିନପିଙ୍ଗ କହିଥିଲେ​‌ ଯେ ତାଇୱାନ ହେଉଛି ଚୀନର ଅଂଶ। ଏଠାରେ କୌଣସି ତୃତୀୟ ପକ୍ଷ କିମ୍ବା ଆନ୍ତର୍ଜାତିକ ସମୁଦାୟର ହସ୍ତକ୍ଷେପକୁ ଚୀନ ବରଦାସ୍ତ କରିବ ନାହିଁ। ତାଇୱାନ ପ୍ରସଙ୍ଗରେ ଆମେରିକା ହସ୍ତକ୍ଷେପ କରୁଥିବାବେଳେ ଜିନପିଙ୍ଗ ଏପରି ପରୋକ୍ଷ ଏଥିପାଇଁ ଧମକ ଦେଇଥିଲେ।

ଜିନପିଙ୍ଗ କହିଥିଲେ ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଅର୍ଥ ନିଆଁ ସହିତ ଖେଳିବା। ଆଉ ଯିଏ ନିଆଁ ସହିତ ଖେଳିବ ସିଏ ନିଶ୍ଚିତ ରୂପେ ଜଳିଯିବ। ଆମେରିକାର ସାହାଯ୍ୟ ସହଯୋଗରେ ତାଇୱାନ ମଧ୍ୟ ଚୀନକୁ ବିରୋଧ କରି ଚାଲିଛି। ତାଇୱାନକୁ ଚୀନ ନିଜର ବୋଲି ଦାବି କରୁଥିବାବେଳେ ତାଇୱାନ ନିଜକୁ ସ୍ବାଧୀନ ରାଷ୍ଟ୍ର ବୋଲି ଦାବି କରୁଛି। ବାଇଡେନ ତାଙ୍କର ଦେଢ ବର୍ଷର ଶାସନ କାଳ ମଧ୍ୟରେ ଜିନପିଙ୍ଗଙ୍କ ସହିତ ୫ମ ଥର ପାଇଁ ଆଭାସୀ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା। ତାଇୱାନ ପ୍ରସଙ୍ଗ ବ୍ୟତୀତ ବିଶ୍ବ ଅର୍ଥନୀତି, ରୁଷ-ୟୁକ୍ରେନ ଯୁଦ୍ଧ, ମାନବାଧିକାର ଉଲ୍ଲଙ୍ଘନ ପାଇଁ ଆମେରିକା-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି। ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ ପୂର୍ବକ ଆମେରିକା ଏହାର ବାଚସ୍ପତି ନାନ୍ସି ପେଲୋସିଙ୍କୁ  ତାଇୱାନ ପଠାଇବାକୁ ଯୋଜନା କରିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories