www.samajalive.in
Sunday, December 14, 2025
26.1 C
Bhubaneswar

ଯୋଗାଣ ବିଭାଗ ପକ୍ଷରୁ ୧୫ଟି ଗ୍ୟାସ ସିଲିଣ୍ଡର ଜବତ

ମାଲକାନଗିରି :  ମାଲକାନଗିରି ସଦର ବ୍ଲକ ସ୍ଥିତ ତମସା ଗ୍ରାମ ପଂଚାୟତର ଏମ୍‌.ପି.ଭି. ୧ ଗ୍ରାମରୁ ଗ୍ୟାସ ସିଲିଣ୍ଡର କଳାବଜାରୀ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୧୫ଟି ସିଲିଣ୍ଡର ଜବତ କରାଯାଇଛିା  ସୂଚନା ମୁତାବକ ଏହି ଗ୍ରାମର ମନୋଜ ରାୟ ନାମକ ଜଣେ ବ୍ୟକ୍ତି ଦୀର୍ଘବର୍ଷ ଧରି ଗ୍ୟାସ ସିଲିଣ୍ଡର କଳାବଜାରୀ କରି ଆସୁଥିଲେ। ମାଲକାନଗିରି ସଦର ମହକୁମା ସ୍ଥିତ ପଞ୍ଚବଟୀ ଗ୍ୟାସ ଏଜେନ୍ସି ଠାରୁ ବିଭିନ୍ନ ଲୋକଙ୍କ ନାମରେ ବହି ରଖି ସିଲିଣ୍ଡର ଆଣି ଚଢା ଦରରେ ବିକ୍ରି କରୁଥିଲେ। ବର୍ତ୍ତମାନ ବଜାରରେ ୧୦୮୨ ଟଙ୍କା ଗ୍ୟାସ ସିଲିଣ୍ଡର ପିଛା ଦର ରହିଥିବା ବେଳେ ସମ୍ପୂକ୍ତ ବ୍ୟକ୍ତି ୧୧୫୦ ରୁ ୧୨୦୦ ଟଙ୍କା ଦରରେ ଏହି ସିଲିଣ୍ଡର ବିକ୍ରି କରୁଥିଲେ। କୌଣସି ସୁତ୍ରରୁ ସୁଚନା ପାଇ ମାଲକାନଗିରି ବ୍ଲକ ଯୋଗାଣ ନିରୀକ୍ଷକ ପ୍ରଭୁରଂଜନ ମହାନ୍ତି ସେହି ସ୍ଥାନରେ ଚଢାଉ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ୧୫ଟି ସିଲିଣ୍ଡର ଜବତ କରିଛନ୍ତି। ଭିନ୍ନ ଭିନ୍ନ ଲୋକଙ୍କ ନାମରେ ପଞ୍ଚବଟୀ ଗ୍ୟାସ ଏଜେନ୍ସିର ୨୪ଟି ବହି ଜବତ କରିଛନ୍ତି। ଘଟଣା ସ୍ଥଳରୁ ଜବତ କରା ଯାଇଥିବା ସିଲିଣ୍ଡର ଗୁଡିକ କୋରୁକୋଣ୍ଡା ସ୍ଥିତ ଜୟ ମା ସନ୍ତୋଷୀ ଇଣ୍ଡେନ ଗ୍ୟାସ ଏଜେନ୍ସିକୁ ହସ୍ତାନ୍ତର କରା ଯାଇଛି।  ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଧିକ ସୁଚନା ନିମନ୍ତେ ତଦନ୍ତ ଜାରି ରହିଥିବା ଯୋଗାଣ ନିରୀକ୍ଷକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories