www.samajalive.in
Friday, December 12, 2025
23.1 C
Bhubaneswar

ସିଦ୍ଧ ରାମଚଣ୍ଡୀ-ଦେବୀଦ୍ୱାର ପୀଠର ବିକାଶ ପାଇଁ ମିଳିଲା ପର୍ଯ୍ୟଟନ ବିଭାଗ ସହଯୋଗ

ବାଙ୍କୀ : ପର୍ଯ୍ୟଟନ ମାନଚିତ୍ରରେ ବାଙ୍କୀ ମା ଚର୍ଚ୍ଚିକା ପୀଠ ଅନନ୍ୟ। ଆଧ୍ୟାତ୍ମିକ ପୀଠ ସହିତ ସଞ୍ଜୋଗ ହୋଇଛି ସ୍ଥାନୀୟ ଅଂଶୁପା ହ୍ରଦ, ବୈଦେଶ୍ୱର ସ୍ଥିତ ରମନାଥ, ବୈଦ୍ୟନାଥ ପୀଠ ଓ ବଡମ୍ବାଗଡ ଅନ୍ତର୍ଗତ ମହାନଦୀ ମଧ୍ୟସ୍ଥ ସଂହନାଥପୀଠର ମହାତ୍ମ୍ୟ ଅତି ପୁରାତନ। ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଡମପଡା-ଚନ୍ଦକା ଅଭୟାରଣ୍ୟର ପାଦଦେଶରେ ଅନୁପମ ଶୋଭା ବିମଣ୍ଡିତ ଦେବୀଦ୍ୱାର ସ୍ଥିତ ଶ୍ରୀ ସିଦ୍ଧ ରାମଚଣ୍ଡୀ ପୀଠ ମହାନଦୀ ଚିତ୍ରୋତ୍ପଳାର ଶୀତଳ ଜଳରାଶି ସର୍ବଦା ପାଦ ଧୋଉଛି ।  ପ୍ରାକୃତିକ ସବୁଜିମା ଭରା ପରିବେଶ ଏଠିକାର ଶାନ୍ତ, ସରଳ ପରିବେଷ୍ଟନୀରେ କ୍ଷଣିକ ପାଇଁ ରାସ୍ତାଦେଇ ଯାତାୟତ କରୁଥିବା ପର୍ଯ୍ୟଟକଙ୍କ ମନ କିଣିବାରେ ସକ୍ଷମ ହେଉଛି । ବାଙ୍କୀର ବିକାଶ ଧାରାରେ ଦ୍ରୁତ ପ୍ରଗତି ଆସୁଥିଲେ ମଧ୍ୟ ପର୍ଯ୍ୟଟନର ମର୍ଯ୍ୟଦାପୂର୍ଣ୍ଣ ପୀଠ ଅବହେଳିତ ହୋଇଥିଲା। ଗତ ଏପ୍ରିଲ ମାସ ୧୭ ତାରିଖରେ ‘ସମାଜ’ ଖବରକାଗଜରେ ‘ପର୍ଯ୍ୟଟକଙ୍କ ମନ କିଣୁଛି ଦେବୀଦ୍ୱାର- ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ନାହିଁ ’ଶୀର୍ଷରେ ଖବର ପ୍ରକାଶ ପାଇଥିଲା। ଖୁସୀର କଥା ୩ମାସ ପରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ପର୍ଯ୍ୟଟନ ନିଗମ ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ରାମଚଣ୍ଡୀ-ଦେବୀଦ୍ୱାର ପୀଠର ଉନ୍ନତି ଓ ବିକାଶ ପାଇଁ ପଦକ୍ଷେପ ହାତକୁ ନିଆଯାଇଛି ।

- Advertisement -

ଗୁରୁବାର ଦିନ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ କଟକ ଜିଲ୍ଲାପାଳ ଡଃ. ଭବାନୀଶଙ୍କର ଚୟନୀଙ୍କ କରକମଳରେ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ ଓ ଭୂମିପୂଜା ପର୍ଯ୍ୟଟନ କ୍ଷେତ୍ର ବିକାଶର ଅୟାରମ୍ଭର ଶୁଭ ସୂଚନା ପ୍ରକାନ କରିଛି । ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁଜାତା ପଟ୍ଟନାୟକଙ୍କ ସୂଚନା ଅନୁସାରେ ଦେବୀଦ୍ୱାର ଠାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏକ ଜନ ସୁବିଧା କେନ୍ଦ୍ର( ପବ୍ଲିକ କନଭିନେଣ୍ଟ ସେଣ୍ଟର) ପ୍ରତିଷ୍ଠା କରାଯିବ। ଏକ ବଡ ହଲ ସହିତ ୨ ପ୍ରକୋଷ୍ଠ, ଆଧୁନିକ ସ୍ନାନାଗାର ଏବଂ ଶୌଚାଳୟ ରହିବ। ନିକଟରେ ମଧ୍ୟ ଏକ କୃତ୍ରିମ ଜଳ ଝରଣା ସଞ୍ଜୋଗୀ କରଣ ଏବଂ ତା ସହିତ ପରିବେଶର ସୌନ୍ଦର୍ଯ୍ୟ କରଣକୁ ଅଧିକ ଧ୍ୟାନ ଦିଆଧିବ। ଯଦ୍ୱାରା ଏହି ରାସ୍ତା ଦେଇ ମା ଚର୍ଚ୍ଚିକାପୀଠ, କଣ୍ଟିଲୋ ନୀଳମାଧବ, ବଡମ୍ବା ଭଟାରିକା, ବୈଦେଶ୍ୱର ରାମନାଥ, ବୈଦ୍ୟନାଥ ପୀଠ ସହିତ ଟି-ସେତୁ ସ୍ଥିତ ସିଂହନାଥ ପୀଠ ଦର୍ଶନକୁ ଯାଉଥିବା ପର୍ଯ୍ୟଟକଙ୍କ ସ୍ଥାନୀୟ ଅଂଶୁପା ହ୍ରଦ ସହିତ ଦେବୀଦ୍ୱାରର ପ୍ରକୃତିକ ଶୋଭା ପ୍ରତି ଆକୃଷ୍ଟ ହେବେ। ସ୍ୱଳ୍ପ ରହଣି ସମୟରେ ଆବଶ୍ୟକୀୟ ସେବା ଏଠାରେ ଉପଲବ୍ଧ ହେବା ଦ୍ୱାରା ପର୍ଯ୍ୟଟକଙ୍କ ମନ କିଣିବ ମହାନଦୀର ଶୀତଳ ଜଳ ଓ ଦେବୀଦ୍ୱାର ପୀଠ। ଏବେ ପର୍ଯ୍ୟଟକଙ୍କ ବଣଭୋଜି ପାଇଁ ୬ଗୋଟି ସିମେଣ୍ଟ ପିଣ୍ଡି, ଶୁଦ୍ଧ ପାନୀୟ ଜଳ, ସିମେଣ୍ଟ ଚୌକି, ଆଇଲଭ୍ ଦେବୀଦ୍ୱାର ସେଲ୍ଫି ଜୋନ ଆଦି ଆକର୍ଷଣୀୟ ହୋଇଛି। ଯାହାକି ଦେବୀଦ୍ୱାର ଉନ୍ନୟନ ପରିଷଦର ତତ୍ୱାବଧାନରେ ଯୁବ ପିଢୀଙ୍କୁ ଆକୃଷ୍ଟ କରୁଛି । ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ଚନ୍ଦକା-ଡମପଡା ୟୁକୋ ଟୁରିଜିମ୍ ସହିତ ଅଂଶୁପା ହ୍ରଦ ଓ ଦେବୀଦ୍ୱାର ପୀଠ ପର୍ଯ୍ୟଟକଙ୍କ କେନ୍ଦ୍ରବିନ୍ଦୁ ହେବ। ଆଗାମୀ ଦିନରେ ମଧ୍ୟ ମହାନଦୀରେ ବୋଟିଂ ବ୍ୟବସ୍ଥା କରାଯିବାର ପ୍ରସ୍ଥାବ ନେଇ ସ୍ଥାନୀୟ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପର୍ଯ୍ୟଟନ ହିଁ ମାର୍ଗ ହେବ ବୋଲି ଜିଲ୍ଲାପାଳ ଦିଗଦର୍ଶନ ପ୍ରଦାନ କରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସହଭାଗୀତା ଦ୍ବାରା ଦେବୀଦ୍ୱାର ପର୍ଯ୍ୟଟନ ସ୍ଥଳୀର ମାନବୃଦ୍ଧିରେ ସହାୟ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ଦେବୀଦ୍ୱାର ପୀଠର ବିକାଶରେ ସ୍ଥାନୀୟ ଦେବୀଦ୍ୱାର ଉନ୍ନୟନ ପରିଷଦ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ଥିକ ରୋଜଗାର କ୍ଷମ ହେବାର ପଥ ଖୋଲିବ । ସ୍ଥାନୀୟ ଜନ ପ୍ରତିନିଧି, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏବଂ ବ୍ଲକ ଓ ତହସିଲ ପ୍ରଶାସନର ସକ୍ରିୟ ସହଯୋଗ ଦେବୀଦ୍ୱାର ପୀଠର ଶ୍ରୀ ବୃଦ୍ଧିରେ ସହଯୋଗୀ ହେବ । ଉନ୍ନୟନ ଓ ବିକାଶ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଦୀର୍ଘଦିନର ଆଶା ସଫଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସୀ ପ୍ରକାଶ ପାଇଛି।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories