www.samajalive.in
Saturday, December 13, 2025
17.1 C
Bhubaneswar

ଦିନିକିଆ ଦଳରେ ସାମିଲ ହେବେ ପନ୍ତ

ହାଇଦରାବାଦ୍‍ : ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‍ ନିମନ୍ତେ ଭାରତୀୟ ଦଳ ଘୋଷଣା ଗୁରୁବାର ହେବ। ଏହି ଦଳରେ ଯୁବ ୱିକେଟରକ୍ଷକ ଋଷଭ ପନ୍ତଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି। ବିଶେଷ କରି ଗତ କିଛି ମ୍ୟାଚ୍‍ରେ ଭାରତୀୟ ଦଳର ୱିକେଟରକ୍ଷକ ମହେନ୍ଦ୍ର ସିଂ ଧୋନି ବ୍ୟାଟିଂରେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ଦଳରେ ଦ୍ୱିତୀୟ ୱିକେଟରକ୍ଷକ ଭାବେ ପନ୍ତଙ୍କୁ ସାମିଲ କରିବାକୁ ମନୋନୟନକାରୀ ଚିନ୍ତା କରୁଛନ୍ତି। ତେବେ ଧୋନିଙ୍କୁ ଦିନିକିଆ ଓ ଟ୍ୱେଣ୍ଟି୨୦ ଦଳରୁ ବାଦ୍‍ ଦିଆଯିବା ସମ୍ଭାବନା ନାହିଁ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳାଯିବ। ସେହିପରି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏହି ସିରିଜ୍‍ ନିମନ୍ତେ ଦଳରେ ସାମିଲ କରାଯିବ କି ନାହିଁ ତାହା ଦେଖିବା କଥା। କୋହଲିଙ୍କୁ ବିଶ୍ରାମ ଦେବାକୁ ମନୋନୟନକାରୀ ନିଷ୍ପତ୍ତି ନେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଧୋନି ଆସନ୍ତା ବିଶ୍ୱକପ୍‍ ପୂର୍ବରୁ କ୍ରିକେଟ୍‍ରୁ ସନ୍ନ୍ୟାସ ଗ୍ରହଣ କରିବାର ସମ୍ଭାବନା ନାହିଁ। ଧୋନି ୱିକେଟରକ୍ଷଣରେ ଠିକ୍‍ଠାକ ପ୍ରଦର୍ଶନ କରୁଥିଲେ ମଧ୍ୟ ବ୍ୟାଟିଂରେ ବିଫଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବ ୱିକେଟରକ୍ଷକ ପନ୍ତଙ୍କୁ ଦ୍ୱିତୀୟ ୱିକେଟରକ୍ଷକ ଭାବେ ଭାରତୀୟ ଦଳରେ ସାମିଲ କରାଯିବାରେ କୌଣସି ଅସୁବିଧା ନାହିଁ। ବ୍ୟାଟିଂ କ୍ରମର ୬ କିମ୍ବା ୭ନଂରେ ପନ୍ତ ବିସ୍ଫୋରକ ବ୍ୟାଟିଂ କରିବାରେ ସିଦ୍ଧହସ୍ତ ହୋଇଥିବାରୁ ତାଙ୍କୁ ବର୍ତ୍ତମାନଠାରୁ ଅଧିକରୁ ଅଧିକ ମ୍ୟାଚ୍‍ରେ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଦିନେଶ କାର୍ତ୍ତିକ ଦିନିକିଆରେ ଭଲ ପ୍ରଦର୍ଶନ ବଜାୟ ରଖିଥିବାରୁ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଦଳରେ ସାମିଲ କରାଯିବା ପ୍ରସଙ୍ଗ ମନୋନୟନକାରୀଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ଜଂଘର ମାସଂପେଶୀରେ ଆଘାତଜନିତ କାରଣରୁ କେଦାର ଯାଦବଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିବା ସମ୍ଭାବନା ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଏସିଆ କପ୍‍ରେ ଭଲ ପ୍ରଦର୍ଶନ କରିଥିବାରୁ ଅମ୍ବାତି ରାୟୁଡୁଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‍ରେ ଭାରତୀୟ ଦଳରେ ସାମିଲ କରାଯିବାର ଆଶା ରହିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‍ ଖେଳୁନଥିବା ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରା ଦିନିକିଆ ସିରିଜ୍‍ରେ ଭାରତୀୟ ଦଳକୁ ଫେରିବା ନିଶ୍ଚିତ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦିନିକିଆ ସିିରିଜ୍‍ରେ ସୁଯୋଗ ମିଳିପାରେ ଏବଂ ମନୀଷ ପାଣ୍ଡେଙ୍କୁ ବାଦ୍‍ ଦିଆଯିବା ସମ୍ଭାବନା ରହିଥିବା ଆଲୋଚନା ହେଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories