www.samajalive.in
Thursday, December 11, 2025
16.1 C
Bhubaneswar

ସହିଦ ବିଏସ୍‌ଏଫ ଯବାନଙ୍କ ପରିବାରକୁ ୫୦ ହଜାର ଡଲାର କ୍ଷତିପୂରଣ ଦେବ ଜାତିସଂଘ

ନୂଆଦିଲ୍ଲୀ: କଙ୍ଗୋରେ ମିଳିତ ଜାତିସଂଘର ଶାନ୍ତି ସେନାରେ କାର୍ଯ୍ୟରତ ଦୁଇ ଭାରତୀୟ ବିଏସଏଫ ଯବାନ ହିଂସାତ୍ମକ ଆନ୍ଦୋଳନରେ ପ୍ରାଣ ହରାଇଥିବାରୁ ସେମାନଙ୍କ ପରିବାରକୁ ଜାତିସଂଘ ତରଫରୁ ୫୦ ହଜାର ଡଲାର କ୍ଷତିପୂରଣ ଦେବ ଜାତିସଂଘ। ସୂଚନାଥାଉକି ବିଏସ୍‌ଏଫର ହେଡ୍‌ କନେଷ୍ଟବଳ ଶିଶୁପାଳ ସିଂହ ଓ ସାନୱାଲା ରାମ ବିଷ୍ଣୋଇ ଜାତିସଂଘର ଶାନ୍ତି ସେନାରେ ସାମିଲ ହୋଇ କଙ୍ଗୋରେ ମୁତୟନ ଥିଲେ। ବୁଟେମ୍ବାରେ ଏହି ଦୁଇଜଣ ମୁତୟନ ଥିବା ବେଳେ ସ୍ଥାନୀୟ ଜନତାଙ୍କ ହିଂସାତ୍ମକ ଆନ୍ଦୋଳନରେ ସେମାନଙ୍କ ପ୍ରାଣହାନି ଘଟିଥିଲା। କର୍ତ୍ତବ୍ୟ ସମ୍ପାଦନ ସମୟରେ ଉଭୟ ପ୍ରାଣ ହରାଇଥିବାରୁ ସେମାନଙ୍କ ପରିବାରବର୍ଗକୁ ଜାତିସଂଘ ତରଫରୁ ୫୦ ହଜାର ଡଲାର ଅର୍ଥରାଶି କ୍ଷତିପୂରଣ ବାବଦରେ ମଳିବ। ଏହାବାଦ୍‌ ସହିଦ ଯବାନଙ୍କ ପରିବାରକୁ ବିଏସଏଫ୍‌ ତରଫରୁ ନିୟମ ମୁତାବକ ଆର୍ଥିକ ସହାୟତା ସହ କେନ୍ଦ୍ର ତରଫରୁ ୩୫ ଲକ୍ଷ ଟଙ୍କା, ପେନସନ୍‌ ଆଦି ମିଳିବ। ସହିଦ ଦୁଇ ଯବାନ ରାଜସ୍ଥାନର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ପରଲୋକରେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଓ ବିଏସଏଫ୍‌ ତରଫରୁ ଶୋକବ୍ୟକ୍ତ କରାଯାଇଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories