www.samajalive.in
Tuesday, December 9, 2025
15.1 C
Bhubaneswar

ପିତାଙ୍କ ମୃତ୍ୟୁ ପରେ ସନ୍ତାନର ସାଙ୍ଗିଆ ଧାର୍ଯ୍ୟ କରିବା ଅଧିକାର ମା’ର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପିତାଙ୍କ ମୃତ୍ୟୁ ପରେ ମା’ ହେଉଛି ସନ୍ତାନର ଅଭିଭାବକ। ତେଣୁ ସନ୍ତାନର ନାମ ପଛରେ ସାଙ୍ଗିଆ କ’ଣ ରହିବ ତାର ଅଧିକାର ମା’ର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀ ଯଦି ଦ୍ବିତୀୟ ବିବାହ କରନ୍ତି ତେବେ ନୂଆ ପରିବାର ସହିତ ନିଜ ସନ୍ତାନଙ୍କୁ ସାମିଲ କରିବାରୁ ତାଙ୍କୁ ରୋକାଯାଇପାରିବ ନାହିଁ। ନୂଆ ପରିବାରରେ ସାମିଲ ହେବା ପରେ ପିଲାଙ୍କ ସାଙ୍ଗିଆ କଣ ରହିବ ତାହା ସ୍ଥିର କରିବାର ଅଧିକାରୀ ସମ୍ପୃକ୍ତ ମା’ର ରହିଛି। ଏହି ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ବିଚାରପତି ଦିନେଶ ମାହେଶ୍ବରୀ ଓ କୃଷ୍ଣ ମୁରାରିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଗୁରୁବାର ତାଙ୍କ ରାୟରେ କହିଛନ୍ତି। ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ସନ୍ତାନର ନାମ ପଛରେ ଜନ୍ମିତ ପିତା (ବାୟୋଲୋଜିକାଲ)ଙ୍କ ସାଙ୍ଗିଆ ରହିବ। ମା’ଙ୍କ ଦ୍ବିତୀୟ ସ୍ବାମୀଙ୍କୁ ସାବତ ପିତା ବୋଲି ଉଲ୍ଲେଖ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି କରିବା ଦ୍ବାରା ପିଲାର ମାନସିକ ସ୍ବାସ୍ଥ୍ୟ ଉପରେ ଆଘାତ ଲାଗିବା ସହିତ ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ ହେବ।

- Advertisement -

ମାମଲାରୁ ପ୍ରକାଶ ଯେ ୨୦୦୬ରେ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କର ଅଢେଇ ବର୍ଷର ସନ୍ତାନ ଥିଲା। ୨୦୦୭ରେ ମହିଳା ଜଣଙ୍କ ଦ୍ବିତୀୟ ବିବାହ କରିଥିଲେ। ପ୍ରଥମ ସ୍ବାମୀଙ୍କ ଔରସରୁ ଜନ୍ମିତ ସନ୍ତାନ ନେଇ ସେ ଦ୍ବିତୀୟ ସ୍ବାମୀଙ୍କ ସହ ରହିଥିଲେ। ପରେ ସନ୍ତାନର ନାମ ପଛରେ ଦ୍ବିତୀୟ ସ୍ବାମୀଙ୍କ ସାଙ୍ଗିଆକୁ ବ୍ୟବହାର କରାଯାଇଥିଲା। ଏହାକୁ ପିଲାର ଜେଜେବାପାଙ୍କ ପରିବାର ବିରୋଧ କରିବା ସହିତ ଅଦାଲତର ଆଶ୍ରୟ ନେଇଥିଲେ। ହାଇକୋର୍ଟ ଜେଜେବାପାଙ୍କ ସପକ୍ଷରେ ରାୟ ଦେଇଥିଲେ। ପରେ ପିଲାର ମା ଓ ଦ୍ବିତୀୟ ସ୍ବାମୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମା’ଙ୍କ ସପକ୍ଷରେ ଉପରୋକ୍ତ ରାୟ ପ୍ରଦାନ କରି ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories