ମୋହନା: ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ତ୍ବାବଧାନରେ ଏସଆଇ ଜ୍ୟୋସ୍ନା ରାଏ ଓ ତାଙ୍କ ଟିମ ନାରୀଙ୍ଗି ନିକଟରେ ପାଟ୍ରୋଲିଂ କରୁଥିଲେ। ପୁଲିସ ପାଟ୍ରୋଲିଂବେଳେ ଏକ ବୋଲେରୋ ପିକଅପ ଗାଡ଼ି ନଂ (ଓଡ଼ି୦୪୧୫୩୮)ର ପିଛା କରିଥିଲା। ପୁଲିସ ଗାଡ଼ିକୁ ଦେଖି ବୋଲେରୋ ଡ୍ରାଇଭର ଗାଡ଼ି ଛାଡ଼ି ଜଙ୍ଗଲକୁ ଚମ୍ପଟ ମାରିଥିଲା। ଗାଡ଼ିଟି ଯାଞ୍ଚ କରିବା ବେଳେ ସେଥିରେ ପ୍ଲାଷ୍ଟିକ ଜରି ଅଖାରେ ଗଞ୍ଜେଇ ଥିବା ପୁଲିସ ପାଇଥିଲେ। ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତରେ ଓଜନ କରିବାରୁ ତାହା ୪୨୨ କିଲୋ ହୋଇଥିଲା। ଯାହାର ବଜାର ଦର ୪୦ ଲକ୍ଷ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Popular Categories



