www.samajalive.in
Sunday, December 14, 2025
16.1 C
Bhubaneswar

ଏହି ଭୁଲ୍‍ ଯୋଗୁଁ ଜୀବନରେ ଲାଗି ରହେ ସମସ୍ୟା

ସଭିଏଁ ଇଚ୍ଛା କରିଥାଆନ୍ତି ସେମାନଙ୍କ ନିକଟରେ ଆଶାନୁରୂପକ ଟଙ୍କା ପଇସା ଥିବା ସହ ଜୀବନ ସୁଖସମୃଦ୍ଧିରେ ଅତିବାହିତ ହେଉ। ମାତ୍ର ବାସ୍ତୁ ସହ ଜଡିତ ଥିବା ଓ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ କାର୍ଯ୍ୟ ପାଇଁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ଏହି ଭୁଲ ପାଇଁ ବାସ୍ତୁ ଦୋଷ ସୃଷ୍ଟି ହେବା ସହ ଆର୍ଥିକ କ୍ଷେତ୍ରରେ ପ୍ରଭାବ ପଡିଥାଏ।
ବାସ୍ତୁ ଅନୁଯାୟୀ, ବିଛଣାରେ ବସି ଭୋଜନ କରିବା ଦ୍ୱାରା ଧନହାନୀ ହୋଇଥାଏ। କାର୍ଯ୍ୟରେ ବାରମ୍ବାର ଅସଫଳତା ମିଳିଥାଏ।
ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।
ସକାଳ ସମୟରେ ଅଧିକ ସମୟ ଯାଏଁ ଶୁଅନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି।
ବାଲଟିକୁ କଦାପି ଖାଲି ରଖନ୍ତୁ ନାହିଁ। ଏଥିରେ ପାଣି ଭର୍ତ୍ତି କରି ରଖନ୍ତୁ। ବାଲଟି ଖାଲି ରହିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଘରର ମୁଖ୍ୟଦ୍ୱାରକୁ ସର୍ବଦା ପରିଷ୍କାର ରଖନ୍ତୁ। ମୁଖ୍ୟ ଦ୍ୱାର ନିକଟରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ହୋଇଥାଏ।
ସନ୍ଧ୍ୟାରେ ଓ ସନ୍ଧ୍ୟା ପରେ ଧନ,କ୍ଷୀର ଓ ଦହି ଆଦି ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ମଧ୍ୟ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।
ଝାଡୁରେ କଦାପି ଗୋଡ ଲଗାନ୍ତୁ ନାହିଁ। ଏହାଦ୍ୱାରା ଦରିଦ୍ରତା ଲାଗି ରହିଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories