ଭୂମିକମ୍ପରେ ଥରିଲା ଫିଲିପାଇନ୍ସ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ ରହିଥିବା ବେଳେ ଭୂମିକମ୍ପ ଯୋଗୁ ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଏହି ଭୂମିକମ୍ପ ଆଜି ସକାଳ ୬ଟା ୧୩ ମିନିଟରେ ହୋଇଥିବା ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । କି ଆଗକୁ ସୁନାମୀ ହେବାନେଇ କୌଣସି ଚେତାବନୀ ଦିଆଯାଇନାହିଁ । ଏନେଇ ଫିଲିପାଇନ୍ସର ଇନଷ୍ଟିଚ୍ୟୁଟ୍ ଅଫ୍ ଆଗ୍ନେୟଗିରି ଏବଂ ଭୂକମ୍ପ ବିଜ୍ଞାନର ସୂଚନା​‌ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଅବ୍ରା ପ୍ରଦେଶର ଏକ ପାର୍ବତ୍ୟ ଅଞ୍ଚଳର ଭୂମିଠାରୁ ୨୫ କିଲୋମିଟର ଗଭୀରରେ ଅବସ୍ଥିତ ବୋଲି କୁହାଯାଇଛି ।

kalyan agarbati

Comments are closed.