www.samajalive.in
Sunday, December 14, 2025
16.1 C
Bhubaneswar

ପିଓକେରେ ଆଇଏସ୍‌ଆଇ ଚଳାଇଛି ୧୬ ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ତିନି ସ୍ଥାନରେ ରହିଛି ଆତଙ୍କବାଦୀ ତାଲିମ ଶିବିର ପୁଞ୍ଜ। ମାନ୍‌ସେରା, ମୁଜାଫରାବାଦ ଓ କୋଟଲିଠାରେ ଏହି ତିନିଟି ଶିବିର ରହିଛି। ଏହି ସବୁ ସ୍ଥାନରେ ଲସ୍କର-ଇ-ତଏବା, ଜୈସ୍‌-ଇ-ମହମ୍ମଦ, ଅଲ୍‌ ବଦର ଓ ହରକତ-ଉଲ-ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନର ତାଲିମ ଶିବିର ପୁଞ୍ଜ ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଏହି ଶିବିରଗୁଡ଼ିକ ପାକିସ୍ତାନ ସରକାରଙ୍କ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହାୟତାରେ ପରିଚାଳିତ ହେଉଛି। ସୂଚନାନୁଯାୟୀ, ମାନ୍‌ସେରା ଅନ୍ତର୍ଗତ ବୋଇ, ବାଲାକୋଟ, ଗରି ହବିବିଲ୍ଲାଠାରେ ଶିବିର ରହିଥିବାବେଳେ ମୁଜାଫରାବାଦ ଅନ୍ତର୍ଗତ ଚେଲାବନ୍ଦି, ସୱାଇନାଲା, ଅବଦୁଲ୍ଲା ବିନ୍‌ ମାସୁଦ ଓ ଦୁଲାଇଠାରେ ଏସବୁ ପରିଚାଳିତ ହେଉଛି।

ସେହିପରି ପାକିସ୍ତାନୀ ସେନାର ‘ପିଓକେ ବ୍ରିଗେଡ’ ପ୍ରତ୍ୟକ୍ଷ ଭାବେ କୋଟଲି ଅନ୍ତର୍ଗତ ସେନସା, କୋଟଲି, ଗୁଲପୁର, ଫା​‌େ​‌ଗାସ୍‌ ଓ ଡୁବ୍‌ଗିଠାରେ ଶିବିର ପରିଚାଳନା କରୁଛି। ଏହି ଶିବିର ସଂଖ୍ୟା ମୋଟ ୧୬ ବୋଲି ଜଣାପଡ଼ିଛି । ଏଠାରେ ବିଭିନ୍ନ ଲଞ୍ଚ ପ୍ୟାଡ୍‌ (ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ଅବସ୍ଥିତ ଆଗୁଆ ଅଞ୍ଚଳ)କୁ ଆତଙ୍କବାଦୀ ପ୍ରେରଣ କରାଯାଉଛି। ଏହିସବୁ ଆଗୁଆ ଅଞ୍ଚଳ ନିୟନ୍ତ୍ରଣ ରେଖା (ଏଲଓସି)ର ଦୁଇ ବା ତିନି କିଲୋମିଟର ମଧ୍ୟରେ ରହିଛି। ଗୁରେଜ, କେଲ ଓ ନୀଲମ ଉପତ୍ୟକା ସମେତ ଟଙ୍ଗଧର, ଉରି ଚକୋଟି, ଗୁଲମାର୍ଗ, ପୁଞ୍ଚ, ରଜୌରୀ, ନୌସେରା ଓ ସୁନ୍ଦରବଣି ସେକ୍ଟରରେ ଏହି ସବୁ ଲଞ୍ଚ ପ୍ୟାଡ ଅବସ୍ଥିତ।
ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ଯୁବକଙ୍କୁ ମନୋନୀତ କରାଯାଇ ଉପରୋକ୍ତ ଶିବିରରେ ତାଲିମ ଦିଆଯାଏ।

- Advertisement -

ବିଶେଷ ଭାବେ ଆତ୍ମଘାତୀ ବିସ୍ଫୋରଣ ଓ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଇଥାଏ। ଶୀତ ଋତୁ ପୂର୍ବରୁ ତାଲିମ ଶେଷ ହୁଏ। ଶ୍ରୀନଗରରେ ଥିବା ଓଭରଗ୍ରାଉଣ୍ଡା ୱର୍କ (ଓଜିଡବ୍ଲ୍ୟୁ) ଏହାର ତତ୍ତ୍ବାବଧାନ କରିଥାଏ। ଓଜିଡବଲ୍ୟୁ ଆଇଏସ୍‌ଆଇଠାରୁ ଡ୍ରୋନ୍‌ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପାଇଥାଏ ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ନିକଟରେ ଆଇଏସ୍‌ଆଇର ଜଣେ ଅବସରପ୍ରାପ୍ତ ଅଧିକାରୀ ନିଜ ପରିଚୟ ଗୋପନ ରଖି ଆଇଏସ୍‌ଆଇ ପକ୍ଷରୁ ପ୍ରସ୍ତୁତ ‘ମିଶନ କାଶ୍ମୀର’ ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ଦେଇଥିଲେ। ଆଇଏସ୍‌ଆଇ ନୂଆ ସଂଗଠନ ଗଢ଼ିବା ସହ କାଶ୍ମୀର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଥିବା ସେ କହିଥିଲେ। ଲସ୍କର-ଇ-ତଏବା, ଜୈସ୍‌-ଇ-ମହମ୍ମଦ, ତେହରିକ-ଇ-ତାଲିବାନ ପାକିସ୍ତାନ, ଇସ୍‌ଲାମିକ ଷ୍ଟେଟ୍‌ ୱିଳାୟା ହିନ୍ଦ୍‌ ସହଯୋଗରେ ଆଇଏସ୍‌ଆଇ ‘ଜିହାଦ୍‌-ଇ-ଆଜିମ୍‌’ ସଂଗଠନ ଗଠନ କରାଯାଇଥିବା ସେ କହିଥିଲେ। କାଶ୍ମୀର ଛାଡ଼ି ପଳାଇଥିବା ବ୍ୟକ୍ତିବିଶେଷଙ୍କର ଏଠାରେ ଥିବା ସମ୍ପତ୍ତି ବିକ୍ରି କରି ସେଥିରୁ ଉକ୍ତ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ ହେଉଥିବା ପ୍ରକାଶ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories