www.samajalive.in
Sunday, December 14, 2025
14.1 C
Bhubaneswar

ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କୁ ହୀରାଖଣ୍ଡ ସାମୁଖ୍ୟର ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାର ଙ୍କ ଅକାଳ ବିୟୋଗରେ ହୀରାଖଣ୍ଡ ସାମୁଖ୍ୟର ଏକ ଶୋକସଭା ଅନୁଷ୍ଠାନର ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଆୟୋଜିତ ହୋଇଯାଇଛି। ସନ୍ଧ୍ୟା ୬ଟା ୩୦ରେ ଆୟୋଜିତ ଏହି ଶୋକସଭାରେ ସ୍ୱର୍ଗତ ଲୁହାର ସମ୍ବଲପୁରୀ ସଙ୍ଗୀତ ଜଗତରେ ଜଣେ ଅଗ୍ରଣୀ ନିର୍ଦ୍ଦେଶକ ଥିଲେ। ତାଙ୍କର ନିର୍ଦ୍ଦେଶନାରେ ରେକର୍ଡିଂ ହୋଇଥିବା ଗୀତ ‘ଆମର ପଡ଼ାକେ ନାଇଁ ଆଏବୁ ବୁଲି’, ‘ପଖନ ଉପରେ ଝରନ’, ‘କେତେ ଲୁକାବ’ ଆଦି ଲୋକପ୍ରିୟ ସଙ୍ଗୀତ ହୀରାଖଣ୍ଡ ଅଞ୍ଚଳରେ ଜନତାଙ୍କ ମନରେ ଗଭୀର ଛାପ ଛାଡିଛି। ସେ ଆକାଶବାଣୀର ଜଣେ ସ୍ୱିକ୍ତୃତିପ୍ରାପ୍ତ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ସମ୍ବଲପୁର ବ୍ୟତିତ ସ୍ୱର୍ଗତ ଲୁହାର ଓଡିଆ ଓ ହିନ୍ଦିରେ ମଧ୍ୟ କଣ୍ଠଦାନ କରି ନିଜକୁ ଲୋକପ୍ରିୟ କରି ପାରିଥିଲେ। ସେ ବିଶେଷକରି ଯୁବ ପିଢ଼ିଙ୍କ ମଧ୍ୟରେ ବେଶ ଆଦୃତ ଥିଲେ। ତାଙ୍କର ବିୟୋଗ ସମ୍ବଲପୁରୀ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ଏଣୁ ହୀରାଖଣ୍ଡ ସାମୁଖ୍ୟ ତାଙ୍କ ବିୟୋଗରେ ମର୍ମାହତ ଓ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ସମବେଦନା ଜଣାଉଛି। ଶୋକସଭାରେ ସମ୍ପାଦକ ସରୋଜ ଦାଶ, ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ଅଶୋକ ମିଶ୍ର, ଅଖିଳ ପଟ୍ଟନାୟକ, ପ୍ରଶାନ୍ତ ମିଶ୍ର, ପ୍ରଫୁଲ୍ଲ ହୋତା, ଦୀନବନ୍ଧୁ ପଣ୍ଡା, ସରେଖା ସାହୁ, ପଙ୍କଜିନୀ ମେହେର ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories