www.samajalive.in
Saturday, December 13, 2025
26.1 C
Bhubaneswar

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ୟ୍ୟକ୍ରମ

ନବରଙ୍ଗପୁର: ନବରଙ୍ଗପୁର ସ୍ଥାନୀୟ ମା ଶାମଳାଇ ସେଛାସେବୀ ଅନୁଷ୍ଠାନ ପରିସରରେ ଭାରତ ସରକାରଙ୍କ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାୟଗଡା ଶାଖା ପକ୍ଷରୁ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ୬ ସପ୍ତାହ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ୟ୍ୟକ୍ରମରେ ୩୦ ଜଣ ଯୁବତୀଙ୍କୁ ସିଲେଇ ବିଭାଗରେ ତାଲିମ ଦିଆଯିବ। ଏହି କାର୍ୟ୍ୟକ୍ରମରେ ଲିଡ ବ୍ୟାଙ୍କ ଅଧିକାରୀ ସୁକୁମାର ବକ୍ସି ବ୍ୟାଙ୍କ ପକ୍ଷରୁ ତାଲିମ ପରେ ଋଣ ପ୍ରଦାନ ଉପରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମରେ ଏମ.ଏସ.ଏମ.ଈ ର ସହନିର୍ଦ୍ଦେଶକ ଏନ୍.କେ.ରତ୍ନମ୍ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଓ ଏହାର ଉପକାରିତା ବିଷୟରେ ବୁଝାଇଥିଲେ। ନବରଙ୍ଗପୁର ହସ୍ତ ଶିଳ୍ପ ବିକାଶ ଅଧିକାରୀ ସଚିନ କୁମାର ପଟେଲ ଏବଂ ଗୌରବ କୁମାର ସୋରେନ ଦକ୍ଷତା ବିକାଶ ଦ୍ଵାରା ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି କୁହାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ପ୍ରଦୀପ ପଟ୍ଟନାୟକ, ଅଧ୍ୟାପିକା ମମତା ପାଢି ଓ ମିନା କୁମାରୀ ଦାଶ ସମେତ କେ. ଶବର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories