www.samajalive.in
Saturday, December 13, 2025
21.1 C
Bhubaneswar

ତାରାଗାଁରେ ନୂତନ କବରସ୍ଥାନ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁରବ୍ଲକ ଅନ୍ତର୍ଗତ ତାରାଗାଁ ରେ ଶ୍ମଶାନକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ରହିଥିଲା। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତେବେ ଆଜି ଖ୍ରୀଷ୍ଟ୍ରିୟାନ ସଂପ୍ରଦାୟର ଦୀର୍ଘ ବର୍ଷ ଧରି ରହିଥିବା କବର ସ୍ଥାନର ସମସ୍ୟାର ସମାଧାନ ହୋଇଛି। ଗତକାଲି ତାରାଗାଁ ଗ୍ରାମ ଶିବ ହରିଜନଙ୍କର ପତ୍ନୀ ରେଖା ହରିଜନଙ୍କର ମୃତ୍ୟୁ ହୋଇଥିଲା। ତେବେ ଶବକୁ ନେଇ ପୂର୍ବଭଳି କବର ଦେବାରେ ସମସ୍ୟା ଦେଖାଯିବାରୁ ଗ୍ରାମର ଖ୍ରୀଷ୍ଟ୍ରିୟାନ ସଂପ୍ରଦାୟର ଲୋକମାନେ ଜିଲା ଖ୍ରୀଷ୍ଟ୍ରିୟାନ ସଂଖ୍ୟା ଲଘୁପରିଷଦକୁ ଉକ୍ତ ସମସ୍ୟା ବିଷୟରେ ଅବଗତ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଖ୍ରୀଷ୍ଟ୍ରିୟାନ ସଂଖ୍ୟା ଲଘୁପରିଷଦ ତରଫରୁ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କୁ ସର୍କିଟ ହାଉସରେ ଭେଟି ଘଟଣା ସଂପର୍କରେ ଅବଗତ କରିଥିଲେ।

ଏହା ପରେ ଶ୍ରୀ ମାଝୀ ଜିଲାପାଳ ଡଃ. କମଳଲୋଚନ ମିଶ୍ରଙ୍କର ସହିତ ଯୋଗାଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ, ରାଜସ୍ୱନିରୀକ୍ଷକ ତାରାଗାଁ ଗ୍ରାମକୁ ଯାଇ ସରକାରୀ ଜାଗା କବର ସ୍ଥାନ ନିମନ୍ତେ ଅନୁସନ୍ଧାନ କରିଥିଲେ। ଦୀର୍ଘ ୮ଘଣ୍ଟାପରେ ତାରାଗାଁ ମୌଜା ଖାତାନମ୍ବର ୩୮୯, ପ୍ଲଟ ନମ୍ବର ୫୯୭, କିସମ ସର୍ବସାଧାରଣ ଯୋଗ୍ୟ ରକବା ୧.୩୫ ଏକର ପାଇଥିଲେ। ନବରଙ୍ଗପୁର ଥାନାର ଏଏସଆଇ ଗୁଣନିଧି ବାଘଙ୍କର ସମେତ ଦୁଇଜଣ ଏଏସଆଇ ସହ ୬ଜଣ ପୁଲିସ କର୍ମଚାରୀ ତାରାଗାଁ ସରପଞ୍ଚ, ୱାର୍ଡ ସଭ୍ୟ, ଗ୍ରାମର ହାସନ ଖାଁନ ଓ ଜିଲା ଖ୍ରୀଷ୍ଟ୍ରିୟାନ ସଂଖ୍ୟା ଲଘୁପରିଷଦର ସଭାପତି ସୁଧୀର ପାତ୍ର, ସମ୍ପାଦକ ଗୌରବ କାଉରୀ, କୋଷାଧ୍ୟକ୍ଷ ଅଭୟ ଭତରା, ଉପଦେଷ୍ଠା ତଥା ନନ୍ଦାହାଣ୍ଡିବ୍ଲକ ଜୋନ -୧ର ସଭ୍ୟ ଦିବ୍ୟଦାନ ସୁନା, ମିଡିଆ ସମ୍ପାଦକ ଦୟାନିଧି ସୁନା, କାର୍ଯ୍ୟକ୍ରମ ସମ୍ପାଦକ ବିରାଜ କନ୍ଦପାନଙ୍କର ସମେତ ଗ୍ରାମର ଶତାଧିକ ଲୋକଙ୍କର ଉପସ୍ଥିତିରେ କବରସ୍ଥାନ ନିମନ୍ତେ ଜମି ଚିହ୍ନଟ କରି ତାରାଗାଁର ଖ୍ରୀଷ୍ଟ୍ରିୟାନ ସଂପ୍ରଦାୟର କବରସ୍ଥାନ ପାଇଁ ହସ୍ତାନ୍ତର କରାଯାଇଥିଲ।। ଏହି ଜମିରେ ମୃତା ରେଖାହରିଜନଙ୍କର ଶବକୁ ପାଳକ ଯୁବରାଜ ପ୍ରଧାନ କବର ଦେଇଥିଲେ। ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ତାରାଗାଁ ଗ୍ରାମରେ ରହି ଆସୁଥିବା ଖ୍ରୀଷ୍ଟ୍ରିୟାନ ସଂପ୍ରଦାୟର କବର ସ୍ଥାନର ସମସ୍ୟାର ସମାଧନ ହୋଇ ପାରିଥିବାରୁ ପରିଷଦ ପକ୍ଷରୁ ପୂର୍ବତନ ସାଂସଦ ଶ୍ରୀ ମାଝୀ ଏବଂ ଜିଲା ପ୍ରଶାସନଙ୍କୁ ଧନ୍ୟବାଦ ଦିଆଯାଇଛି। ଏସଂପର୍କରେ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories