www.samajalive.in
Saturday, December 13, 2025
26.1 C
Bhubaneswar

ମୋହନା ବ୍ଲକ ଆଦିବାସୀ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ଉତ୍ସବ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଆଦିବାସୀ ପରିଷଦ ପକ୍ଷରୁ ଓଡିଶା ମାଟିର ଗର୍ବ ଓ ଗୌରବ ତଥା ଭାରତର ୧୫ତମ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଏକ ଅଭିନନ୍ଦନ ଉତ୍ସବ ମୋହନାଠାରେ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ଆଦିବାସୀ ମହିଳା ଓ ପୁରୁଷମାନେ ସ୍ଥାନୀୟ ହାଇସ୍କୁଲ ପଡିଆଠାରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ବଜାରର ମୁଖ୍ୟ ଛକ ମାନଙ୍କରେ ମହାମହିମଙ୍କ ଗୁଣଗାନ କରି ଭାଷଣ ଦେଇଥିଲେ। ଏହାପରେ ବିଜୁ କଲ୍ୟାଣ ମଣ୍ଡପଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଏହି ଶୋଭାଯାତ୍ରାରେ ପରିଷଦର ସଭାପତି ଜୁରିଆ ଦଳାଇ, ସମ୍ପାଦକ ଶରତ ଚନ୍ଦ୍ର ମଳିକ, କୋଷାଧ୍ଯକ୍ଷ ଜୁନେଶ ଶବରଙ୍କ ସମେତ ଆଦିବାସୀ ନେତା ପୂର୍ଣ୍ଣଚନ୍ଦ୍ର ମଳିକ, ପ୍ରଶାନ୍ତ ମଳିକ, ନର୍ମଦା ଦଳାଇ, ଲଚ୍ଛମନ ନାୟକ, ରାଘବ ନାୟକ ପ୍ରମୂଖ ବହୁ ଆଦିବାସୀ ସାମିଲ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories