www.samajalive.in
Monday, December 15, 2025
16.1 C
Bhubaneswar

ତୁରେକେଲା ବ୍ଲକରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ତୁରେକେଲା ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ଏବଂ ଏସ୍‌ପି ନୀତିନ କୁସଲକର ମିଳିତ ଭାବେ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । ତୁରେକେଲା ବ୍ଲକ ତଥା ପାଖପାଖ ଗାଁର ପ୍ରାୟ ୧୪୧ଟି ଅଭିଯୋଗ ପତ୍ର ଆବେଦନ ବା ପଞ୍ଜିକୃତ ହୋଇଥିବା ବେଳେ ୧୫ଟି ଆବେଦନ ସେହି ଠାରେ ହିଁ ସମାଧାନ କରାଯାଇଥିଲା । ସେହିପରି ବିଭିନ୍ନ ପଞ୍ଚାୟତର ୧୦ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର, ଟ୍ରାଇ ସାଇକଲ, ଆଶାବାଡ଼ି ବଣ୍ଟନ କରାଯିବା ସହ ଏହି ଶିବିରରେ ବାର୍ଦ୍ଧକ୍ୟ ଭର୍ତ୍ତା ୩ଜଣକୁ ଦିଆଯାଇଥିଲା । ତାହା ସହ ଜଣକୁ କୋଡିଏ ହଜାର ଏନ.ଏଫ.ବି.ଏସରେ ଦିଆଯାଇଥିଲା । ଚଟୁଅନକା ଗ୍ରାମର ଚିନ୍ତାମଣି ପନିକାଙ୍କୁ ୨ଲକ୍ଷ ୫୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।  ଏହା ସହ ଜିଲ୍ଲାପାଳ ପ୍ରଥମେ ଚାଉଳ ଶୁଖା ଗ୍ରାମକୁ ଯାଇ ଓମ୍ଫେଡ ଦ୍ୱାରା ଆୟୋଜିତ ଶତାଧିକ ଦୁଗ୍ଧ ଚାଷୀଙ୍କୁ ଚୟନ କରି ସଚେତନ କରିଥିଲେ, ପରେ ଝରନି ଗ୍ରାମରେ ପହଞ୍ଚି ଓଡିଶା ଆଦର୍ଶ ବିଦ୍ୟାଳୟର ଛତ୍ରୀ ନିବାସର ଉଦଘାଟନ କରିଥିଲେ । ପୁଣି ଅପରାହ୍ନରେ ସାଲେମୁଡ଼ ଗାଁକୁ ଯାଇ ଖୋଲା ମଞ୍ଚରେ ଜନ ଶୁଣାଣି ସହ ସ୍ୱାସ୍ଥ୍ୟ ଶିବରରେ ଯୋଗ ଦେଇଥିଲେ । ଅନ୍ୟ ଅଭିଯୋଗ ଉପରେ ଯେଉଁ ବିଭାଗର କାମ ହେବା କଥା ସେହି ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଥିଲେ । ଏହି ମିଳିତ ଜନ ଅଭିଯୋଗ ଶୁଣାଣିରେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମାହାଜନ, ପ୍ରକଳ୍ପ ନିର୍ଦେଶକ , ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ତୁରେକେଲା ବିଡିଓ ଦେବାଶିଷ ସାମଲ ଶିବିର ପରିଚାଳନା କରିଥିବା ବେଳେ, କଂଟାବାଞ୍ଜି ତହସିଲଦାର, କଂଟାବାଞ୍ଜି ଓ ତୁରେକେଲା ଥାନା ଅଧିକାରୀ ସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories