www.samajalive.in
Sunday, December 14, 2025
16.1 C
Bhubaneswar

ଖଲଣା ଗୁଳିକାଣ୍ଡ ଘଟଣା : ୧୨ ଦିନ ପରେ ମଧ୍ୟ ପୁଲିସ ହାତ ଖାଲି

କେଶଦୁରାପାଳ : ଖଲଣା ଗୁଳିକାଣ୍ଡ ଘଟଣାରେ ସୁନାନ୍ଦ ସେଠୀ ହତ୍ୟାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ଅପରାଧି ମାନଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି। ଦିନ ପରେ ଦିନ ଗଡି ଚାଲିଛି । ପୂର୍ବରୁ ବିଭିନ୍ନ ସମୟରେ ଘଟିଯାଇଥିବା ହତ୍ୟା ଘଟଣା ପରି ଏହି ଖଲଣା ଗୁଳିକାଣ୍ଡ ଘଟଣାକୁ ଧୀରେ ଧୀରେ ପୁଲିସ ଅପରାଧୀ ଓ ଜନସାଧାରଣ ଭୁଲିବାକୁ ଆରମ୍ଭ କରିବେ। ଏଥି ପାଇଁ ସ୍ବର ଉତ୍ତୋଳନ କରୁଥିବା ନେତା ମାନେ ବି ଚୁପ ହୋଇ ଯିବେ। ଏହା ପରେ କେବଳ ସୁନନ୍ଦର ପ୍ରେତ  ଅପରାଧିଙ୍କୁ ଧରିବ ବୋଲି ଚର୍ଚ୍ଚା ଦେଉଛି ।

ଘସିପୁରା ନିର୍ବାଚନ ମଣ୍ଡଳୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗ୍ରାମରେ ଗତ ୧୪ ତାରିଖ ଗୁରୁବାର ଦିନ ସୁନନ୍ଦ ସେଠୀଙ୍କୁ  ଶାସକ ବିଜେଡି ଦଳର ସମର୍ଥକ ଶ୍ରୀ ଅକ୍ଷୟ କୁମାର ଘୋଷଙ୍କ ନେତୃତ୍ବରେ ବହୁ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଓ ବଂଧୁକ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲୋ । ଏହି ଗୁଳିକାଣ୍ଡ ଘଟଣାରେ ୧୭ ତାରିଖ ରବିବାର ଦିନ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଏବଂ ପୂର୍ବତନ ପିସିସି ନିରଞ୍ଜନ ପଟ୍ଟନାୟକ ଖଲଣା ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗୁଳିକାଣ୍ଡରେ ସଂପୃକ୍ତ ସମସ୍ତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦାବୀ କରିଥିଲେ। ପରେ ପୁନଶ୍ଚ ଏହି ଘଟଣାର ସରଜମିନ ତଦନ୍ତ କରିବା ପାଇଁ ଗତ ୧୯ ତାରିଖରେ  ବିଜେପିର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ, ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ,ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଭାପତି  ମହେଶ୍ଵର ସାହୁ, ବିଜେପି ରାଜ୍ୟ ମୁଖପାତ୍ର  ସତ୍ୟବ୍ରତ ପଣ୍ଡା, ସମେତ ବହୁ ନେତୃବୃନ୍ଦ ଖଲଣା ଗ୍ରାମକୁ ଯାଇ ଗୁଳି କାଣ୍ଡରେ ମୃତ୍ୟୁ ବରଣ କରିଥିବା ସୁନନ୍ଦ ସେଠୀର ପରିବାର ସମେତ ଗ୍ରାମର ଲୋକ ମାନକୁ ଭେଟି ଘଟଣାର ବିଷୟରେ ଆଲୋଚନା କରିଥିଲେ।

- Advertisement -

ଏହି ନିର୍ମମ ହତ୍ୟାକାଣ୍ଡ ସଂପର୍କରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମୃତକ ପରିବାରକୁ ସରକାର ସହାୟତା ଯୋଗଇଦେବା ସହ ଏହି ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ବିଧାନସଭାରେ ଦାବି କରିଥିଲେ। ହେଲେ ଗୁଳିକାଣ୍ଡକୁ ୧୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍ କେବଳ କିଛି ବ୍ୟକ୍ତିଙ୍କୁ ଆଣି ଛାଡିଦେଇଥିବା ଜଣାପଡିଛି । ବର୍ତ୍ତମାନ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଘଟଣାର ୧୨ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ଅପରାଧି ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ଆତଙ୍କ ସୃଷ୍ଟି  କରୁଥିବା ନେତା ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଭୟ କରୁଛି ଅବା ପରୋକ୍ଷରେ ଅପରାଧିଙ୍କୁ ସହଯୋଗ କରିବା ନେଇ ବିଜେପି ନେତା କହିଛନ୍ତି। ପୁଲିସର ଏପରି ନିଷ୍କ୍ରିୟତାରୁ ଅପରାଧୀ ମାନେ ଖୁଲମଖୁଲା ବୁଲୁଥିବା ଅଭିଯୋଗ ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories