www.samajalive.in
Sunday, December 14, 2025
26.1 C
Bhubaneswar

ପଦ୍ମଶ୍ରୀ ପୂର୍ଣ୍ଣବାସୀ ଜାନୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଚାରିପଡା ଠାରେ ରହୁଥିବା କନ୍ଧମାଳ ଜିଲାର ଏକମାତ୍ର ପଦ୍ମଶ୍ରୀ ପୂର୍ଣ୍ଣବାସୀ ଜାନୀ(ତାଡ଼ିସରୁ ବାଈ) ଆଜି ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ପରିବାରର ଅନ୍ୟ ସଦସ୍ୟମାନଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସରେ ଖଜୁରିପଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ସହିତ ସାଲାଇନ୍ ଓ ଇଞ୍ଜେକସନ୍ ଆଦି ଦିଅଯିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ଏହାପରେ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜ ଘରକୁ ଫେରିଥିଲେ। ଦୁର୍ବଳତା ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିଲେ ଓ ଚିକିତ୍ସାବେଳେ ତାଙ୍କର ସାମାନ୍ୟ ଜ୍ୱରଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ୱାସ୍ଥ୍ୟ ଭଲଥିଲେ ମଧ୍ୟ ସଂପୂର୍ଣ୍ଣଭାବେ ବିଶ୍ରାମ ନେବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି। ଅସୁସ୍ଥ ଖବର ପାଇବା ପରେ ଖଜୁରିପଡ଼ା ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଓ ଯୁବନେତା ଅନନ୍ତ ଦିଗାଲ ଓ ଅନେକ ଅଞ୍ଚଳବାସୀ ତାଙ୍କୁ ଡ଼ାକ୍ତରଖାନାରେ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ ଓ ତାଙ୍କର ଆଶୁ ଚିକିତ୍ସା କାମନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories