www.samajalive.in
Sunday, December 14, 2025
16.1 C
Bhubaneswar

୩ୟ ପର୍ଯ୍ୟାୟରେ ୧୦ହାଇସ୍କୁଲକୁ ରୂପାନ୍ତରିକରଣ ଯୋଜନାରେ ସାମିଲ ନେଇ ପ୍ରସ୍ତୁତି

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨ୟ ପର୍ଯ୍ୟାୟରେ ମୋଟ ୬ଗୋଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ ବିଦ୍ୟାଳୟରେ ସାମିଲ କରାଯାଇଛି। ଏବେ ୬ଗୋଟି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଡିଜିଟାଲ ପାଠାଗାର ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନର ପ୍ରଣାଳୀ କାର୍ଯ୍ୟକରୁଛି । ଏଥିପାଇଁ ଅଭିଭାବକ ଓ ବିଦ୍ୟାର୍ଥି ମାନଙ୍କ ମଧ୍ୟରେ ଖୁସୀର ମାହୋଲ ଦେଖିବାକୁ ମିଳିଛି । ଏବେ ପୁଣି ବାଙ୍କୀ-ଡମପଡା ବ୍ଲକ ଅଧିକ କୁଶପଙ୍ଗି ହାଇସ୍କୁଲ, ଡମପଡା ପ୍ରିତମ କୁମାରୀ ବିଦ୍ୟାମନ୍ଦିର, ଓଡିଶା ଆଦର୍ଶ ବିଦ୍ୟାଳୟ, କୁସୁନ୍ଦା ହାଇସ୍କୁଲ, ନରଗାଙ୍ଗ ବେବର୍ତ୍ତା ପୂର୍ଣ୍ଣାନନ୍ଦ ହାଇସ୍କୁଲ, ତୁଳସୀପୁର ହାଇସ୍କୁଲ, ଢଁସର କୃଷକ ହାଇସ୍କୁଲ, ଶ୍ରୀ ସିଂହନାଥଦେବ ବିଦ୍ୟାପୀଠ, ଦୁଲଣାପୁର ହାଇସ୍କୁଲ,ଏସଏଚଏ ବିଦ୍ୟାପୀଠ ଶିମିଳିପୁର ଆଦି ୧୦ଗୋଟି ହାଇସ୍କୁଲକୁ ୫ଟି ରୂପାନ୍ତରିକରଣ ଯୋଜନାରେ ସାମିଲ କରାଯାଉଥିବା ସମ୍ପର୍କରେ ବିଭାଗୀୟ ପ୍ରସ୍ତୁତି ତ୍ୱରାନ୍ୱିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ଠାରୁ ପ୍ରଶାସନିକ ଅଧିକାରୀ ମାନେ ବିଦ୍ୟାଳୟରେ ପହଞ୍ଚି ଅନୁଧ୍ୟାନ କରି ପ୍ରଧାନ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସର ସ୍ଥିତ ୫ଟି ସ୍ମାର୍ଟ କ୍ଲାସରୁମ ପରିସରରେ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗଦେଇ ଆଲୋଚନାରେ ସାମିଲ ହୋଇଛନ୍ତି । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବେହେରା, ପୂର୍ବତନ ବିଆରସିସି ଗଦାଧର ପ୍ରଧାନ ପ୍ରମୁଖ ଯାଗଦେଇ ଆଲୋଚନା କରିଛନ୍ତି । ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଓ ଫକୀର ଚରଣ ମିଶ୍ର ପ୍ରମୁଖ ରୂପାନ୍ତରୀକରଣ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories