www.samajalive.in
Thursday, December 11, 2025
14.1 C
Bhubaneswar

ଜିଲ୍ଲାପାଳ ଓ ଏସ୍‌ପିଙ୍କ ଆଗରେ ବିଷ ପିଇଦେଲେ ଦିବ୍ୟାଙ୍ଗ ଯୁବକ

ବ୍ରହ୍ମପୁର: ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଲେ ଦିବ୍ୟାଙ୍ଗ ଯୁବକ । ଦିଗପହଣ୍ଡିରେ ଅଭିଯୋଗ ଶୁଣାଣି ବେଳେ ଦିବ୍ୟାଙ୍ଗ ଯୁବକ ଜଣକ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ଏପରି କାଣ୍ଡ କରିଥିବା ସୂଚନା ମିଳିଛି । ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଜମି ଡିମାର୍କେସନ ପାଇଁ ଯୁବକ ଜଣକ ବାରମ୍ବାର ଗୁହାରୀ କରିବା ସତ୍ତ୍ବେ କେହି ଶୁଶୁନଥିବା ଅଭିଯୋଗ କରିବା ପରେ ସେ ବିଷ ପିଇଦେଇଥିବା କୁହାଯାଉଛି । ହେଲେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥାବସ୍ଥା କିପରି ରିହଛି ତାହା ଜଣାପଡ଼ିନାହିଁ ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories