www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ; କ୍ଷୀର ଓ ପାଣି ପିଇବାର ସଠିକ୍‍ ଶୈଳୀ

ଅନେକ ସମୟରେ କ୍ଷୀର ପିଇବା ପରେ ପେଟ ଫୁଲିବା ଭଳି ଅନୁଭବ ହେବା ସହ ଗ୍ୟାଷ୍ଟ୍ରିକ ହୋଇଥାଏ। ମାତ୍ର ଏହାର କାରଣ କ୍ଷୀର ନୁହେଁ ଏହାକୁ ପିଇବାର ଶୈଳୀ। ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ-ପାନୀୟ ଶୈଳୀ ନେଇ ଅନେକ ନିୟମ ରହିଛି। ଯାହାର ପାଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସୁସ୍ଥ ରହିବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ। ଶରୀରରୁ ରୋଗ ଦୂରେଇ ରଖିଥାଏ। ତେବେ ଅନେକ ସମୟରେ କିଛି ଭୁଲ୍‍ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ସେଭଳି କିଛି କାରଣ ମଧ୍ୟରୁ ଗୋଟିଏ ହେଉଛି ଭୁଲ ଶୈଳୀରେ ପାଣି ଓ କ୍ଷୀରର ସେବନ। ଜାଣନ୍ତୁ କେଉଁ କାରଣରୁ ଠିଆ ହୋଇ କ୍ଷୀର ପିଇବା ଓ ବସିକରି ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ।
ଆୟୁର୍ବେଦ ଅନୁଯାୟୀ କ୍ଷୀର ଥଣ୍ଡା, ବାତ ଓ ପିତ ଦୋଷକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଯେଉଁମାନେ ବସି କରି କ୍ଷୀର ପିଅନ୍ତି, ସେମାନଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଆୟୁର୍ବେଦରେ ରାତିରେ ଶୋଇବା ପୂର୍ବରୁ କିମ୍ବା ସନ୍ଧ୍ୟାରେ ଭୋଜନର ୨ ଘଣ୍ଟା ପରେ କ୍ଷୀରକୁ ହାଲକା ଉଷୁମ କରି ଠିଆ ହୋଇ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଏହାଦ୍ୱାରା ସ୍ୱାସ୍ଥ୍ୟକୁ ଏହାର ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ।
ଠିଆ ହୋଇ କ୍ଷୀର ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି ହୋଇନଥାଏ। ମାଂସପେଶୀ ପାଇଁ ଲାଭଦାୟକ ହେବା ସହ କର୍କଟ ରୋଗ ହେବାର ସମ୍ଭାବନା କମ ଥାଏ। ହୃଦୟ ଜନିତ ରୋଗ , ଉଚ୍ଚ ରକ୍ତଚାପରୁ ରକ୍ଷା କରିଥାଏ। ଚକ୍ଷୁ ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।
ଆୟୁର୍ବେଦ ଅନୁଯାୟୀ, ଠିଆ ହୋଇ ପାଣି ପିଇବା ଦ୍ୱାରା ଖାଦ୍ୟନଳୀ ଓ ଶ୍ୱାସନଳୀରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ହୃଦୟ ଉପରେ ମଧ୍ୟ ପଡିଥାଏ। ଠିଆ ହୋଇ ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ଅନୁଭବ ହୋଇଥାଏ। ରହି ରହି ପାଣି ନପିଇ ଶୀଘ୍ର ଠିଆ ହୋଇ ପାଣି ପିଇବା ଦ୍ୱାରା ଏସିଡିଟି,ଗ୍ୟାଷ୍ଟ୍ରିକ,ହେକୁଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ପାଣି ଠିଆ ହୋଇ ନପିଇ ସର୍ବଦା ବସିକରି ପିଅନ୍ତୁ।
ଅଧ୍ୟୟନ ଅନୁଯାୟୀ, ବସିକରି ପାଣି ପିଇବା ଦ୍ୱାରା ଶରୀର ଭିତରେ ସମସ୍ତ ସ୍ଥାନକୁ ପାଣି ସଠିକ ମାତ୍ରାରେ ପହଞ୍ଚି ପାରି ଥାଏ। ଏହାସହ ଅଦରକାରୀ ପଦାର୍ଥକୁ ମଧ୍ୟ ଶରୀରରୁ ବାହାର କରିବାରେ ସହାୟକ ହୋଇଥାଏ। ରକ୍ତକୁ ପରିଷ୍କାର କରିଥାଏ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories