www.samajalive.in
Saturday, December 13, 2025
26.1 C
Bhubaneswar

ସାହାରପଡା ଲ୍ୟାମ୍ପସରେ ଫର୍ମ ପଞ୍ଚିକରଣରେ ଅବ୍ୟବସ୍ଥା, ଲ୍ୟାମ୍ପସ ସମ୍ମୁଖରେ ଚାଷୀ ହନ୍ତସନ୍ତ 

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟରେ ଥିବା ବୃହଦାକାର ବହୁମୁଖି ସମବାୟ ସମିତି ବା ଲ୍ୟାମ୍ପସରେ ଖରିଫ ୨୨-୨୩ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଚିକରଣ ଫର୍ମ ଦାଖଲ ଆରମ୍ଭ ହୋଇ ଯାଇଥିବା ବେଳେ ଲ୍ୟାମ୍ପସ ସମ୍ମୁଖରେ ଚାଷୀ ହନ୍ତସନ୍ତ ହଉଥିବା ନଜରକୁ ଆସିଛି । ଚାଷୀ ମାନେ ଚାଷ କାମ ଛାଡି ସକାଳ ୫ଟା ସମୟରୁ ଫର୍ମ ଧରି ଲ୍ୟାମ୍ପସ ସମ୍ମୁଖରେ ଧାଡି ଲଗାଉଛନ୍ତି । କିନ୍ତୁ ଦୂର ଦୂରାନ୍ତରୁ ଆସୁଥିବା ଚାଷୀ ମାନେ ୨ରୁ ୩ ହେଲାଣି ଲ୍ୟାମ୍ପସକୁ ଆସୁଛନ୍ତି ହେଲେ ବି ଫର୍ମ ଦାଖଲ କରି ପାରୁନଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି । ସେପଟେ ଏହି ଲ୍ୟାମ୍ପସ ଅଧିନରେ ଚାରଟି ଶାଖା କେନ୍ଦ୍ର ଥିବାବେଳେ କେବଳ ମୁଖ୍ୟାଳୟ କେନ୍ଦ୍ରରେ ପଞ୍ଚିକରଣ ଫର୍ମ ଦାଖଲ ପ୍ରକ୍ରିୟା କରାଯାଉଥିବାରୁ ପ୍ରବଳ ଭିଡ଼ ଜମୁଛି । ଏବେ କ୍ଷେତରେ ଧାନ ରୁଆ କାମ ଜୋରଦାର ଚାଲିଥିବା ବେଳେ ଚାଷୀ ମାନେ ଲ୍ୟାମ୍ପସ ଦଉଡି ଦଉଡି ନୟାନ୍ତ ହୋଇପଡିଲେଣି । ଲ୍ୟାମ୍ପସ ଅଧିନରେ ଥିବା ଶାଖା ଗୁଡିକରେ ଚାଷୀ ପଞ୍ଚିକରଣ ଫର୍ମ ଦାଖଲ ପ୍ରକ୍ରିୟା ଖୋଲିବାକୁ ଚାଷୀକୁଳ ନିବେଦନ କରୁଛନ୍ତି । କର୍ତ୍ତୃପକ୍ଷ ସମସ୍ୟାର ସମାଧାନକରିବାକୁ ମତ ପ୍ରକାଶ ପାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories