www.samajalive.in
Saturday, December 13, 2025
14.1 C
Bhubaneswar

ବୌଦ୍ଧ ବିଜେପିର ଜିଲା କାର୍ଯ୍ୟକାରିଣୀ ବୈଠକ; ୧୭ ଗୋଟି ରାଜନୈତିକ ଚିଠାପ୍ରସ୍ତାବ ଆଲୋଚନା

ବୌଦ୍ଧ: ଜିଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ବୌଦ୍ଧ ଟାଉନ ହଲଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୭ ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା । ପ୍ରାରମ୍ଭରେ ଜିଲା ସଭାପତି ଶ୍ରୀ ମହାନ୍ତି ଜିଲାରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ଦଳୀୟ ସଂଗଠନ ସ୍ଥିତି ନେଇ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଅତିଥି ଭାବରେ ରାଜ୍ୟ ବିଜେପି ସଂଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଯୋଗଦେଇ ଦଳୀୟ କାର୍ଯ୍ୟ କର୍ତ୍ତାମାନେ ଗ୍ରାମକୁ ଯାଇ ସିଧାସଳଖ ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବା ସହିତ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବାପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ତାହାର ସଫଳତା ସଂପର୍କରେ ଲୋକଙ୍କୁ ବୁଝାଇବାକୁ ପରାମର୍ଶ ଦେଇଥିଲେ ।

ଆଗାମୀ ନିର୍ବାଚନ ପାଇଁ ଦଳ ତୃଣମୂଳସ୍ତରରେ ସାଂଗଠନିକ ଶକ୍ତି ବୃଦ୍ଧି କରିବା ଉପରେ ଶ୍ରୀମହାନ୍ତି ଗୁରୁତ୍ୱାରୋପ କରିଥିଲେ । ଦୀର୍ଘବର୍ଷ ହେଲା ରାଜ୍ୟରେ ବିଜେଡି ସରକାର କ୍ଷମତାରେ ଥିଲେ ମଧ୍ୟ ଆଜି ଜିଲାସ୍ତରରେ ପ୍ରାଥମିକ ଓ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଭୁଶୁଡି ସାରିଥିବା ବେଳେ ବିଦ୍ୟାଳୟ ରୂପାନ୍ତରୀଣ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଛି । ସେହିପରି ଜିଲାର ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ଜିଲା ଗଠନର ୨୭ବର୍ଷ ପରେ ମଧ୍ୟ ଜିଲାବାସୀ ସ୍ୱାସ୍ଥ୍ୟସେବା ପାଇଁ ପୋଡଶୀ ଜିଲା ଉପରେ ନିର୍ଭରଶୀଳ । ଜିଲାରେ ନିଯୁକ୍ତିର କୌଣସି ସୁଯୋଗ ନଥିବାବେଳେ ବେକାରୀ ସମସ୍ୟା ଉଦବେଗଜନକ  ପରିସ୍ଥିତିରେ ପହଞ୍ଚି ସାରିଲାଣି  । ଲୋକଙ୍କ ମୌଳିକ ସମସ୍ୟା ଗୁଡିକର ସମାଧାନ ହୋଇପାରୁନଥିବାରୁ  ବୈଠକରେ  ବିଜେପି ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହିତ ଆଗାମୀ ଦିନରେ ଲୋକଙ୍କ ସମସ୍ୟାକୁ ନେଇ ଦଳ ଲଢେଇ କରିବାକୁ ମତପ୍ରକାଶ ପାଇଥିଲା । ମହାନଦୀରେ ଦେଖାଦେଇଥିବା ଜଳ ସଙ୍କଟର ସମଧାନ ପାଇଁ ବ୍ୟାରେଜ ନିର୍ମାଣ କରାଯିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇ ସରକାରଙ୍କୁ ଅବଗତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

- Advertisement -

ଏହାବ୍ୟତୀତ ଚାଷୀମାନଙ୍କ ଠାରୁ ଧାନ କିଣାକୁ ବ୍ୟବସ୍ଥିତ କରାଯିବା, ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ଯୋଗାଇଦେବା ସହିତ ଗମନା ଗମନର ବିକାଶ ଦିଗରେ ମଧ୍ୟ ସରକାର ପଦକ୍ଷେପ ନେବାକୁ  ବୈଠକରେ ଗୁରୁତ୍ୱ ପ୍ରକାଶ ପାଇଥିଲା । ଶେଷରେ ଓଡ଼ିଶା ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବରେ ଏନଡିଏ ପକ୍ଷରୁ ମନୋନୀତ କରାଯାଇ ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜିଲା ବିଜେପି ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା । ଏହି ବୈଠକରେ ଅନ୍ୟତମ ଅତିଥି ଭାବରେ କନ୍ଧମାଳ ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସଚ୍ଚିଦାନନ୍ଦ ଦଲାଲ ଓ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମାଗୁଣି ଗାଈଗୌରିଆ, ପ୍ରେମାନନ୍ଦ ମିଶ୍ର, ପ୍ରଦୋଷ କୁମାର ମିଶ୍ର ଓ ତାସପ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ମୋର୍ଚ୍ଚା ସଭାପତିମାନେ ଯୋଗଦେଇଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories