www.samajalive.in
Saturday, December 13, 2025
18.1 C
Bhubaneswar

୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଦୁଇ ନାବାଳକ ସମେତ ୬ ଗିରଫ

ମୋହନା: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଏସ.ଆଇ ସତ୍ୟ ନାରାୟଣ ଦେବତା ଓ ତାଙ୍କ ଟିମ ମୋହନା କଲେଜ ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ମୋହନା ପଟୁ ଆସୁଥିବା ଏକ ଅଟୋ ନଂ (ଓଡି ୦୭ ଏନ ୨୦୭୧)କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଅଟୋରୁ ତିନୋଟି ପ୍ଲାଷ୍ଟିକ ଜରି ବସ୍ତା ପାଇଥିଲେ । ସ୍ଥାନୀୟ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୯୫ କିଲୋ ୪ଶହ ଗ୍ରାମ ହୋଇଥିଲ । ଯାହାର ବଜାର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ।
ଉକ୍ତ ଗଞ୍ଜେଇ ସବୁ ମୋହନା ଅଞ୍ଚଳରୁ ସଂଗୃହିତ ହୋଇ ବ୍ରହ୍ମପୁରକୁ ଚାଲାଣ ହେଉଥିବା ଜଣାପଡିଛି । ଏଥିରେ ସଂପୃକ୍ତ ଥିବା ୨ଜଣ ନାବାଳକ ଗିରଫ ହୋଇଥିଲେ ।ସେମାନେ ହେଲେ ମିହିର ବେହେରା, ଜସପାଲ ନାୟକ । ସେହିପରି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ଵାବଧାନରେ ଏସଆଇ ଲକ୍ଷ୍ମଣ ବେଶ୍ରା ଓ ତାଙ୍କ ଟିମ ଅଡବା ଥାନା ଅନ୍ତର୍ଗତ ରେଣୁ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ରେଣୁ ଛକ ନିକଟରେ ଏକ କାର ନଂ ( ଓଡ଼ି୦୭ଏଏ୫୩୩୪)କୁ ଅଟକାଇ ଯାଞ୍ଚ କରିବା ବେଳେ ଦୁଇଟି ଜରିବସ୍ତାରେ ଗଞ୍ଜେଇଥିବା ପାଇଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ପଲାଇଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୬୩ କିଲୋ ୨ଶହ ଗ୍ରାମ ହୋଇଥିଲା।
ଯାହାର ବଜାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ଏଥିରେ ସଂପୃକ୍ତ ଥିବା ୨ ନାବାଳକ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଜଗନ୍ନାଥ ନାୟକ ,ରଞ୍ଜନ ମହାନ୍ତି, ଡି. ବିନୟ ବାସୁ ପାତ୍ର , ଜୟଲ ଶବର । ଏମାନେ ଅଡବା ଅଞ୍ଚଳରୁ ଗଞ୍ଜେଇ ସଂଗୃହିତ କରି ବ୍ରହ୍ମପୁର ଚାଲାଣ କରୁଥିଲେ । ସମସ୍ତ ଗଞ୍ଜେଇ ମାଫିଆ ଗଜପତି ଜିଲ୍ଲାର ବୋଲି ଏସଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories