www.samajalive.in
Sunday, December 14, 2025
16.1 C
Bhubaneswar

ଏକତରଫା ପ୍ରେମର କରୁଣ ପରିଣତି ; ନାବାଳିକାକୁ ପୋଡ଼ି ମାରିଲା ଯୁବକ

ଖଇରା : ଦାଦା ବୋଲି ସମ୍ବୋଧନ କରୁଥିବା ଝିଅକୁ ପାଠ ପଢ଼ାଉଥିବା ସମ୍ପୃକ୍ତ ଟିଉସନ ସାର ନିଜ କାମନା ବାସନା ଚରିତାର୍ଥ କରିବାକୁ ଯାଇ ଜିଅନ୍ତା ପୋଡ଼ି ମାରିଦେବା ଘଟଣା ବାଲେଶ୍ବର ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରେ ଘଟିଯାଇଛି ଏଭଳି ଏକ ଦୁଃଖଦ ଘଟଣା।
ବାରିଙ୍ଗିଆ ଗାଁର ଅର୍ଜୁନ ଜେନାଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ନବମ ଶ୍ରେଣୀରେ ପାଠ ପଢ଼ନ୍ତି । ଅର୍ଜୁନଙ୍କ ଘର ପାଖରେ ରହୁଥିବା ବିବାହିତ ଯୁବକ ଦୟାନିଧି ଜେନାଙ୍କ ଘରକୁ ଜ୍ୟୋତ୍ସ୍ନା ଟିଉସନ ଯାଉଥିଲେ । ଟିଉସନ ସାର ଦୟାନିଧି ଏକତରଫା ଭାବେ ତାକୁ ପ୍ରେମ କରୁଥିଲେ। ତେବେ ଛାତ୍ରୀ ଜ୍ୟୋତ୍ସ୍ନା ଦାଦା ବୋଲି ଡାକୁଥିବା ଦୟାନିଧିଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ରାଗି ଯାଇ ଦୟାନିଧି ଉତ୍ତେଜିତ ହେବା ସହିତ ଜ୍ୟୋତ୍ସ୍ନା ଉପରେ ପ୍ରତିଶୋଧ ନେବା ପାଇଁ ଏକ ସୁଯୋଗକୁ ଅପେକ୍ଷା କରିଥିଲେ । ରବିବାର ସକାଳେ ଜ୍ୟୋତ୍ସ୍ନା ଗାଁରେ ଥିବା ଦୋକାନକୁ କିଛି ସାମଗ୍ରୀ ଆଣିବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଯୋଜନାବନ୍ଧ ଭାବେ ଜଗିରହିଥିବା ଦୟାନିଧି ଜ୍ୟୋତ୍ସ୍ନାଙ୍କର ପାଟିରେ କପଡ଼ା ଦେଇ ଏକ ପାଇଖାନା ଭିତରକୁ ଟେକି ନେଇଥିଲା। ସେଠି ଜ୍ୟୋତ୍ସ୍ନାର ମୁଁହରେ ଲୁଗା ଦେଇ ପ୍ରଥମେ ତା’ ମୁଣ୍ଡ​‌‌ର ଚୁଟି କାଟି ଦେବା ସହିତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ହୁତୁହୁତୁ ହୋଇ ଜଳୁଥିବା ଜ୍ୟୋତ୍ସ୍ନା ଚିତ୍କାର କରିବାରୁ ପଡୋଶୀମାନେ ସେଠାକୁ ଦୌଡ଼ି ଆସିଥିଲେ । ଝିଅକୁ ପାଇଖାନା ଭିତରୁ ଉଦ୍ଧାର କରିବା ବେଳକୁ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ସମୟରେ ତାଙ୍କ ଶରୀରରେ ନିଆଁ ଲଗାଇଥିବା ଦୟାନିଧିକୁ ଗ୍ରାମବାସୀ କାବୁ କରି ଖଇରା ପୁଲିସକୁ ଖବର ଦେଇଥିଲେ। ଅଭିଯୁକ୍ତ ଦୟାନିଧି ନିଜର ହୀନ ମାନସିକତା ବଶବର୍ତ୍ତୀ ହୋଇ ଏପରି କାଣ୍ଡ ଘଟାଇବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସ ହତ୍ୟାକାରୀକୁ ସେଠାରୁ ଖଇରା ମେଡ଼ିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାକୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଥିବାବେଳେ ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ବିଷୟରେ ଖବର ପାଇ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତାଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଦୟାନିଧି ଉପରେ ପୁଲିସ ନଜର ରଖିଛି। ସେ ସୁସ୍ଥ ହେଲେ ତଦନ୍ତକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଜ୍ୟୋତ୍ସ୍ନାର ମୃତଦେହ ବ୍ୟବଛେଦ ନିମନ୍ତେ ପଠାଯାଇଛି। ବାରିଙ୍ଗିଆ ଗାଁରେ ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories