www.samajalive.in
Sunday, December 14, 2025
23.1 C
Bhubaneswar

ଟାଟା ପାୱାର ବିରୋଧରେ ତାତିଲେ ଗୃହିଣୀ

ଚୌଦ୍ୱାର : ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାରର ଗ୍ରାହକ ଶୋଷଣ ନୀତି ବିରୋଧରେ ଚୌଦ୍ୱାର ଅଞ୍ଚଳର ଗୃହିଣୀ ମାନେ ଏକଜୁଟ ହେବା ସହିତ ଟାଟା ପାୱାରର ମନମୁଖୀ କାର୍ଯ୍ୟର ତୀବ୍ର ବିରୋଧ କରିଛନ୍ତି । ଚୌଦ୍ୱାର ପୌର ପାଳିକା ୫ ନମ୍ବର ଓ୍ବାର୍ଡ଼ କାଉନସିଲର ସୁଜାତା ସାହୁଙ୍କ ନେତୃତ୍ୱରେ ବିଭିନ୍ନ ସ୍ୱୟଂ ସାହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ଶତାଧିକ ଗୃହିଣୀ ଏକଜୁଟ ହୋଇ ଏକ ଶୋଭାଯାତ୍ରାରେ ଚୌଦ୍ୱାର ଗ୍ରାମ ପରିକ୍ରମା କରି ଟାଟା ପାୱାରର ଗ୍ରାହକ ମାରଣ ନୀତି ବିରୋଧରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ଟାଟା ପାୱାର ସେସୁର ମିଟରକୁ ହଟାଇ ଯୋର ଜବରଦସ୍ତ ଟାଟାର ନିଜସ୍ୱ ମିଟର ବସାଇବା, ଗ୍ରାହକ ମାନଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରିବା, କଥା କଥା କଥାକେ ବିଦ୍ୟୁତ୍ ସଂଯୋଗ କଟିବା, ବିଦ୍ୟୁତ୍ କର୍ମଚାରୀ ମାନେ ଘରେ ପଶି ଗ୍ରାହକ ମାନଙ୍କୁ ଅଯଥାରେ ଡରାଇବା ଓ ଦାଦାଗିରି କରୁଥିବା ଆଦି ଅନ୍ଦାଳନକାରୀମାନେ ଅଭିଯୋଗ କରି ତୁରନ୍ତ ଟାଟା ପାୱାରକୁ ହଟାଇବା ପାଇଁ ଦାବି କରିଥିଲେ । ଚୌଦ୍ୱାର ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟ ସିଂହ, ଅଜିତ୍ କୁମାର ସ୍ୱାଇଁ, ନାରୀ ନେତ୍ରୀ ମୋନାଲିସା ଦାସ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories