www.samajalive.in
Sunday, December 14, 2025
26.1 C
Bhubaneswar

ପଣ୍ଡିଗାଁ ଖଲିଆବନ୍ଧ ପଡାର ରାସ୍ତା ଅବସ୍ଥା ଶୋଚନୀୟ

କଲମପୁର: ଜନ ବସତି ଗଢା ହେବାର ପ୍ରାୟୟ ୨୫ ବର୍ଷ ବିତି ସାରିଛି। କିନ୍ତୁ ଲୋକଙ୍କ ଯାତାୟତ ପାଇଁ ନାହିଁ ସବୁ ଦିନିଆ ରାସ୍ତାର ସୁବିଧା। ଯେଉଁଥିପାଇଁ ବର୍ଷା ଦିନେ ହଇରାଣ ହରକତ ହେଉଛନ୍ତି ପଡାରେ ବସବାସ କରୁଥିବା ପ୍ରାୟ ୩୦ ପରିବାରର ପ୍ରାୟ ୨ଶହ ଲୋକ । ରାସ୍ତାର ଦୟନୀୟ ସ୍ଥିତି ପାଇଁ ସାଇକଲ ମୋଟରସାଇକଲ ଯାତାୟତ କରିବା ସମ୍ଭବ ହେଉନଥିବା ବେଳେ ଅନେକ ସମୟରେ ରୋଗୀଙ୍କୁ ଚିକିତ୍ସାଳୟକୁ ନେବା ପାଇଁ ଆସେ ନାହିଁ ଆମ୍ବୁଲେନ୍ସ ପଡାର ଛକ ନିକଟରେ ଅପେକ୍ଷା କରେ ରୋଗୀଙ୍କୁ ନେବା ପାଇଁ।

ପରିବାର ଲୋକ ବହୁ କଷ୍ଟରେ ରୋଗୀ ଅଥବା ଗର୍ଭବତୀଙ୍କୁ ଖଟିଆରେ ବୋହି ମାଟି କାଦୁଅ ରାସ୍ତାରେ ପାର ହେଇ ଆମ୍ବୁଲେନ୍ସ ପର୍ଯ୍ୟନ୍ତ ନେଇଥାନ୍ତି। ଅନ୍ଧାର ରାତିରେ କୌଣସି ରୋଗୀ ଅବା ଗର୍ଭବତୀଙ୍କୁ ଚିକିତ୍ସାଳୟକୁ ନେବାକୁ ହେଲେ ଅସହାୟ ହେଇ ପଡନ୍ତି ପରିବାର ଲୋକ। ଏପରିକି ବୃଦ୍ଧ ବୃଦ୍ଧା ଏହି ରାସ୍ତାରେ ·ଲି ·ଲି ଯିବା ମଧ୍ୟ ସମ୍ଭବ ହେଇନଥାଏ। ଏହି ପଡାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିବା ଶିଶୁ ମାନେ ମାଟି କାଦୁଅରେ ଖସି ପଡି ଅସହାୟ ହେଉଛନ୍ତି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ଅଦ୍ୟଆବଧି ରାସ୍ତା ନିର୍ମାଣ ହେଇ ପାରି ନାହିଁ । ତେଣୁ ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଏହି ରାସ୍ତା ର ଦୟନୀୟ ଅବସ୍ଥା ସମ୍ବନ୍ଧରେ ଜାଣିଥିବା ପ୍ରକାଶ କରିବା ସହ ପଂ·ୟତରେ ଆବଶ୍ୟକ ପାଣ୍ଠି ଅଭାବ କାରଣରୁ ମରାମତି ହେଇ ପାରି ନାହିଁ। ଏନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ରାସ୍ତା ମରାମତି କରାଯିବାର ବ୍ୟବସ୍ଥା କରାଯିବ ବୋଲି ପଣ୍ଡିଗାଁ ସରପଞ୍ଚ କବିତା ଜୈନ ମତବ୍ୟକ୍ତ କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories