www.samajalive.in
Saturday, December 13, 2025
26.1 C
Bhubaneswar

ପରିବା ଦର ଆକାଶ ଛୁଆଁ, ୨ରୁ ୩ ଗୁଣ ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରୀ

ସମ୍ବଲପୁର:ଏବେ ବର୍ଷା ଋତୁ ଚାଲିଛି। ପୁର୍ବ ବର୍ଷ ଅପେକ୍ଷାକୃତ କମ ବର୍ଷା ହେଉଥିବା ସତ୍ୱେ ଏବେ ସମ୍ବଲପୁର ବଜାରରେ ପନିପରିବା ଭର୍ତ୍ତି ରହିଛି। କିନ୍ତୁ ବର୍ଷା ଋତୁରେ ପରିବା ଦର କମିବା ଅପେକ୍ଷା ପୂର୍ବବର୍ଷମାନଙ୍କ ଅପେକ୍ଷା ୨ରୁ ୩ ଗୁଣ ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି ହେଉଛି। ପ୍ରାୟତଃ ବର୍ଷା ଋତୁରେ ପରିବା ଦର ଟାମାଟର କିଲୋ ୧୫ ଟଙ୍କା, ପିଆଜ କିଲୋ ୧୫ ଟଙ୍କା, ଫୁଲ କୋବି କିଲୋ ୩୫ ଟଙ୍କା, ବନ୍ଧା କୋବି କିଲୋ ୨୦ ଟଙ୍କା, ଝୁନଗା କିଲୋ ୨୫ ଟଙ୍କା, ଆଳୁ କିଲୋ ୧୦ ଟଙ୍କା, ଗାଜର କିଲୋ ୨୦ ଟଙ୍କା, ଧନିଆ ପତ୍ର କିଲୋ ୭୦ ଟଙ୍କା, ବାଇଗଣ କିଲୋ ୨୦ ଟଙ୍କା, ପୁଟଲ କିଲୋ ୨୦ ଟଙ୍କା, ମାଖନ କିଲୋ ୧୦ ଟଙ୍କା, ମୂଳା କିଲୋ ୩୦ ଟଙ୍କା, ଶାଗ କିଲୋ ୪୦ ଟଙ୍କା, ମିର୍ଚ୍ଚା କିଲୋ ୮୦ ଟଙ୍କା, କର୍ଲା କିଲୋ ୨୦ ଟଙ୍କା ଆଦି ରହିଥାଏ। କିନ୍ତୁ ଚଳିତ ବର୍ଷ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ଟାମାଟର କିଲୋ ୩୦ ଟଙ୍କା, ପିଆଜ କିଲୋ ୨୫ ଟଙ୍କା, ଫୁଲ କୋବି କିଲୋ ୮୦ ଟଙ୍କା, ବନ୍ଧା କୋବି କିଲୋ ୫୫ ଟଙ୍କା, ଝୁନଗା କିଲୋ ୫୦ ଟଙ୍କା, ଆଳୁ କିଲୋ ୨୫ ଟଙ୍କା, ଗାଜର କିଲୋ ୭୦ ଟଙ୍କା, ଧନିଆ ପତ୍ର କିଲୋ ୨୦୦ ଟଙ୍କା, ବାଇଗଣ କିଲୋ ୪୦ ଟଙ୍କା, ପୁଟଲ କିଲୋ ୫୦ ଟଙ୍କା, ମାଖନ କିଲୋ ୨୦ ଟଙ୍କା, ମୂଳା କିଲୋ ୮୦ ଟଙ୍କା, ଶାଗ କିଲୋ ୮୦ ଟଙ୍କା, ମିର୍ଚ୍ଚା କିଲୋ ୧୦୦ ଟଙ୍କା, କର୍ଲା କିଲୋ ୬୦ ଟଙ୍କା ରହିଛି। ସମସ୍ତ ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ ପରିବା ଦର ଉପରେ ଅଙ୍କୁଶ ଲଗାମକାରି ସଂସ୍ଥା ସମ୍ବଲପୁର ମହାନଗର ନିଗମ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛି।

ପରିବା ଦର ନିୟନ୍ତ୍ରଣରେ ରଖିବା ପାଇଁ ମହାନଗର ନିଗମର ଦାୟିତ୍ୱ ଥିବା ବେଳେ ଏଥି ପାଇଁ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ ରହିଛି। ଏଥି ପାଇଁ ମହାନଗର ନିଗମ ତରଫରୁ ସ୍ଥାନୀୟ ଗୋଲବଜାରର ବୈଦ୍ୟନାଥ ଛକ ଠାରେ ଜନତାଙ୍କ ଅବଗତି ଓ ସଚେତନତା ନିମନ୍ତେ ଏକ ପରିବା ଦରର ଫଳକ ଲଗାଯାଇଛି। ଏହି ଫଳକରେ ଦୈନିକ ପରିବା ଦର ଲେଖିବାର ନିୟମ ରହିଛି। କିନ୍ତୁ କିଛି ବର୍ଷ ପୁର୍ବେ ଆରମ୍ଭ କରାଯାଇଥିବା ଏହି ଫଳକ ମାତ୍ର କିଛ ଦିନ ଚାଲିବା ପରେ ତାହା କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା। ଦୈନିକ ପରିବା ଦର ଏହି ଫଳକରେ ଲେଖିବା ପାଇଁ ମହାନଗର ନିଗମ ତରଫରୁ ଜଣେ କର୍ମଚାରୀଙ୍କୁ ଦରମା ଦିଆଯାଇ ଦାୟିତ୍ୱ ମଧ୍ୟ ଦିଆଯାଇଛି। କିନ୍ତୁ ପରିବା ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମର ନିଯୁକ୍ତ ଅଧିକାରୀ ହେଉ କି କର୍ମଚାରୀ କେହି ନିଜର ଦାୟିତ୍ୱ ନିର୍ବାହ କରୁ ନାହାନ୍ତି। ମହାନଗର ନିଗମର ନିୟମାନୁଯାୟୀ ଏହି ଫଳକରେ ପ୍ରତ୍ୟହ ଲିଖିତ ଦର ଠାରୁ ଯଦି କେହି ଅଧିକ ଦାମ ନିଏ, ତାହା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି। କିନ୍ତୁ ଜାଣିଶୁଣି ନିଜସ୍ୱ ସ୍ୱାର୍ଥ ସାଧାନ ପାଇଁ ହେଉ କି ଦାୟିତ୍ୱହୀନତା ଯୋଗୁଁ ଏହି ଫଳକକୁ କାର୍ଯ୍ୟରେ ଲଗାଯାଉ ନ ଥିବାରୁ ପରିବା ବ୍ୟବସାୟୀ ମାନେ ମନଇଚ୍ଛା ଦାମ ନେଇ ଜନତାଙ୍କୁ ଲୁଟିବାରେ ବ୍ୟସ୍ତ ରହିଛନ୍ତି। ଅନ୍ୟ ପଟରେ କିନ୍ତୁ ମହାନଗର ନିଗମ ପରିବା ବେପାରୀ ମାନଙ୍କ ଠାରୁ ନିୟମିତ ରାଜସ୍ୱ ଆଦାୟ କରିବା ଭୁଲୁ ନ ଥିବା ବେଳେ ଜନତାର ସ୍ୱାର୍ଥକୁ ସମ୍ପୁର୍ଣ୍ଣ ଭାବରେ ଅଣଦେଖା କରିଦେଇ ମୁହଁ ବୁଲାଇ ନେଇଛି। ପ୍ରତ୍ୟହ ଦରଦାମ ଫଳକରେ ଲେଖାଯାଇ ନିର୍ଦ୍ଧାରିତ କରାଯାଉ ନ ଥିବାରୁ ଲୋକେ ଠିକ ମୂଲ୍ୟ ବାବଦରେ ସୂଚନା ନ ପାଇଁ ଉଚିତ ମୂଲ୍ୟ ଠାରୁ ବହୁଗୁଣା ଚଢ଼ାଦରରେ ପରିବା କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଏଣୁ ଜନତା ଅଧିକା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। କରୋନା ମହାମାରୀ ଯୋଗୁଁ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ନଇଁ ଯାଇଥିବା ବେଳେ ମହାନଗର ନିଗମ ତରଫରୁ ପରିବା ଦରକୁ ଲଗାମରେ ରଖିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜିଭୂତ ହେବାରେ ଲାଗିଛି। ତେଣୁ ଏହି ଅସନ୍ତୋଷ ଉଗ୍ର ରୂପ ଧାରଣ ପୂର୍ବରୁ ପ୍ରଶାସନ ତାର ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଜନତାଙ୍କୁ ଆର୍ଥିକ ଓ ମାନସିକ ଶାନ୍ତି ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ଉଠୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories